Odisha Link
Bridging the Missing Links in Odisha

ଜୁନ୍ ୨୦ରେ ରଥଯାତ୍ରା, ଚଳଚଞ୍ଚଳ ରଥଖଳା

ରଥଖଳାରେ ରଥନିର୍ମାଣ ସହ ଚାଲିଛି ପାର୍ଶ୍ୱ ଦେବାଦେବୀଙ୍କ ରଙ୍ଗକାର୍ଯ୍ୟ।

ଓଏଲ୍‌ ବ୍ୟୁରୋ: ରଥଯାତ୍ରା ପାଇଁ ଚଳଚଞ୍ଚଳ ପୁରୀର ରଥଖଳା। ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ଆଉ ରହିଲା ୧୨ ଦିନ। ତିନି ଠାକୁରଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ପୁରୀରେ ପହଞ୍ଚିଲା ରଥଯାତ୍ରା ପାଇଁ ୨୬ଟି ରଥ ଦଉଡ଼ି। ରଥଖଳାରେ ରଥନିର୍ମାଣ ସହ ଚାଲିଛି ପାର୍ଶ୍ୱ ଦେବାଦେବୀଙ୍କ ରଙ୍ଗକାର୍ଯ୍ୟ।

ରଥଯାତ୍ରାକୁ ନଜରରେ ରଖି ପୂର୍ବ ପ୍ରସ୍ତୁତି ହୋଇଛି। ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି। ରଥଯାତ୍ରା ଦିନ ସକାଳ ୯ଟା ୩୦ରେ ମହାପ୍ରଭୁଙ୍କ ପହଣ୍ଡି ସମୟ ସ୍ଥିର ହୋଇଥିବାବେଳେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ। ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଶାସନ ଏବଂ ସେବାୟତ ମଧ୍ୟ ନିଜ ନିଜ କାମରେ ଲାଗିପଡିଛନ୍ତି।

ରଥଯାତ୍ରା ପାଇଁ ଅପେକ୍ଷାରତ କୋଟି କୋଟି ଶ୍ରଦ୍ଧାଳୁ। ମହାବାହୁ ଦର୍ଶନ ଦେବେ କୋଟି କୋଟି ଜନତାଙ୍କୁ। ଚାଲିଛି ରଥଯାତ୍ରା ପାଇଁ ପ୍ରସ୍ତୁତି। ଦାରୁମୂରତିଙ୍କୁ ଦେଖିବା ପାଇଁ ଆବାଳ, ବୃଦ୍ଧ, ବନିତାଙ୍କ ଜମିବ ଭିଡ। ମହାପ୍ରଭୁଙ୍କୁ ଦେଖିବା ପାଇଁ ସୁଦୂର ପ୍ରାନ୍ତରୁ ସବୁ ବର୍ଷ ଭଳି ଏବର୍ଷ ଭକ୍ତଙ୍କ ଭିଡ଼ ଜମିବ ବୋଲି ଆଶା କରାଯାଉଛି। ରଥଯାତ୍ରାରେ ହେବାକୁ ଭିଡ଼କୁ ନଜରରେ ରଖି ସୁରକ୍ଷା ବ୍ୟବସ୍ତା କଡାକଡି କରାଯାଉଛି।

Leave A Reply

Your email address will not be published.