Odisha Link
Bridging the Missing Links in Odisha

ବୈଠକକୁ ଡାକି କହିବା ପାଇଁ ସୁଯୋଗ ଦେଲେନି, ତେବେ ଡାକୁଥିଲେ କାହିଁକି?: ମମତା

କେବଳ କେତେ ଜଣ ବିଜେପି ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାଷଣ ଦେବା ପରେ ସଭା ଶେଷ

କୋଲକାତା: ମୁଖ୍ୟମନ୍ତ୍ରୀମାନଙ୍କୁ ଡାକି ପ୍ରଧାନମନ୍ତ୍ରୀ ସେମାନଙ୍କ ସହ କଥା ନହେବା ଅତି ଦୁଃଖଦାୟକ। ଯେଉଁଥି ପାଇଁ ମୋତେ ଅପମାନ ଲାଗିଲା। ବୈଠକକୁ ଡାକି କହିବା ପାଇଁ ସୁଯୋଗ ଦେଲେନି। ତାହଲେ ବୈଠକକୁ ଡାକୁଥିଲେ କାହିଁକି? ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏପରି କହିଛନ୍ତି।

ସୂଚନା ମୁତାବକ, କରୋନା ମୁକାବିଲା ପାଇଁ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ରାଜ୍ୟର ଜିଲ୍ଲାପାଳଙ୍କୁ କିଛି ପରାମର୍ଶ ଦେଇଥିଲେ। ଏହି ବୈଠକରେ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେଇଥିଲେ। ତେବେ ମୁଖ୍ୟମନ୍ତ୍ରୀମାନଙ୍କୁ ବୈଠକକୁ ଡାକି ସେମାନଙ୍କ ସହ କଥା ନହେବା ଦୁଃଖଦାୟକ। କଥା କହିବା ପାଇଁ ଆମକୁ ସୁଯୋଗ ଦିଆଗଲା ନାହିଁ ବୋଲି ମମତା ବାନାର୍ଜୀ କହିଛନ୍ତି।

ଏହାଛଡ଼ା ମମତା ବାନାର୍ଜୀ କହିଛନ୍ତି ଯେ, ଅଧିକ ଟିକା ପାଇଁ ଦାବି କରିଥାଆନ୍ତୁ, କିନ୍ତୁ କହିବା ପାଇଁ ଆମକୁ ଅନୁମତି ମିଳିଲା ନାହିଁ। କେବଳ କେତେ ଜଣ ବିଜେପି ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ସଂକ୍ଷପରେ ଭାଷଣ ଦେବା ପରେ ସଭା ଶେଷ ହୋଇଗଲା। ଏଇଟା ଥିଲା ଗୋଟାଏ ଅନୌପଚାରିକ ସଭା। ଆମକୁ ଅପମାନ ଲାଗିଲା। ଟିକା କିମ୍ବା ‘ବ୍ଲାକ୍‌ ଫଙ୍ଗ୍‌ସ୍‌’ ମାମଲା ବିଷୟରେ ବି ପଚାରିଲେ ନାହିଁ। ବୈଠକରେ କହିବା ଲାଗି ସୁଯୋଗ ନ ମିଳିବାରୁ ଅପମାନ ଲାଗିଲା।

Leave A Reply

Your email address will not be published.