୫୦ ପ୍ରତିଶତ ଲୋକ ମାସ୍କ ପିନ୍ଧୁନାହାନ୍ତି: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ
ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଲାଣି କରୋନା ମହାମାରୀ। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟାା ଓ ମୃତକଙ୍କ ସଂଖ୍ୟା ହୁହୁ ବଢ଼ିବାରେ ଲାଗିଛି। କରୋନାରୁ ସୁରକ୍ଷା ପାଇଁ ସରକାର ଅନେକ ସଚେତନତା ବାର୍ତ୍ତା ଦେବା ସହ ସାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଥିଲେ ମଧ୍ୟ ଦେଶରେ ୫୦ ପ୍ରତିଶତ ଲୋକ ମାସ୍କ ପିନ୍ଧୁନାହାନ୍ତି।
ଦେଶରେ ଯ଼େତିକି ଲୋକ ମାସ୍କ ପିନ୍ଧୁଛନ୍ତି ସେମାନଙ୍କ ମଧ୍ୟରୁ ୬୪ ପ୍ରତିଶତ ମାସ୍କ ତ ପିନ୍ଧୁଛନ୍ତି କିନ୍ତୁ ତାହା କେବଳ ପାଟିକୁ ଆବୃତ କରୁଛି ଓ ନାକ ଖୋଲା ରହୁଛି। ୨୦ ପ୍ରତିଶତ ଲୋକ ଥୋଡ଼ିରେ ଓ ୨ ପ୍ରତିଶତ ବେକରେ ମାସ୍କ ପିନ୍ଧୁଛନ୍ତି। ମାସ୍କ ପିନ୍ଧୁଥିବା ଲୋକଙ୍କ ମଧ୍ୟରୁ ମାତ୍ର ୧୪ ପ୍ରତିଶତ ଲୋକ ଠିକଭାବରେ ମାସ୍କ ପିନ୍ଧୁଛନ୍ତି ବୋଲି କେନ୍ଦ୍ର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯ଼ୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି।
ଅନ୍ୟପଟେ ଓଡ଼ିଶା ସମେତ ଦେଶର ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପଜିଟିଭିଟି ହାର ୧୫ ପ୍ରତିଶତରୁ ଅଧିକ ରହିଛି। ଓଡ଼ିଶାରେ ଗତ ୧୩ରୁ ୧୯ ମେ ସପ୍ତାହରେ ପଜିଟିଭିଟି ହାର ୨୨.୫ ପ୍ରତିଶତକୁ ହ୍ରାସ ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯ଼ୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି। ବିଗତ କିଛି ଦିନ ହେଲା ଦେଶରେ ସଂକ୍ରମଣ କମୁଛି। ଗତ ୨୪ ଘଣ୍ଟାରେ ଦେଶରେ ପ୍ରାୟ ୨.୭୬ ଲକ୍ଷ ନୂଆ ମାମଲା ଆସିଛି।