Odisha Link
Bridging the Missing Links in Odisha

ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅକ୍ସିଜେନ ପ୍ଲାଣ୍ଟ ଉଦଘାଟନ

୦ ହଜାର ଲିଟର କ୍ଷମତା ବିଶିଷ୍ଟ ପ୍ଳାଣ୍ଟ ଉଦଘାଟନ

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲରେ ଆରମ୍ଭ ହେଲା ଲିକ୍ଯୁଡ୍ ଅକ୍ସିଜୋନ୍ ପ୍ଳାଣ୍ଟ। ଭିଡ଼ିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅକ୍ସିଜେନ ପ୍ଲାଣ୍ଟକୁ ଉଦଘାଟନ କରିଛନ୍ତି। ଆଜିଠାରୁ ଏହି ୨୦ ହଜାର ଲିଟର କ୍ଷମତା ବିଶିଷ୍ଟ ପ୍ଳାଣ୍ଟ କାର୍ଯ୍ୟକ୍ଷମ ହୋଇଛି।

ଗଞାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ, ଏମକେସିଜି ମେଡିକାଲ ସହ ଦୁଇଟି କୋଭିଡ୍ ହସ୍ପିଟାଲ୍ ରୋଗୀ ଏହାର ସୁବିଧା ପାଇପାରିବେ। କରୋନା ଭଳି ଦୁଃସ୍ଥିତି ସମୟରେ ଏମ୍କେସିଜି ମେଡିକାଲରେ ଏଭଳି ଅକ୍ସିଜୋନ୍ ପ୍ଳାଣ୍ଟ୍ ସ୍ଥାପନ ଭଳି ତ୍ବରିତ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଏବଂ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା।

Leave A Reply

Your email address will not be published.