Odisha Link
Bridging the Missing Links in Odisha

ବ୍ୟାତ୍ୟା ‘ୟଶ୍’: ଉଇଣ୍ଡ ଡଟ୍ କମର ଆକଳନ, ବାଲେଶ୍ୱରରେ ହୋଇପାରେ ଲ୍ୟାଣ୍ଡଫଲ

ଚାନ୍ଦବାଲି, ବାଲେଶ୍ୱର ଓ ଦୀଘା ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା

ଭୁବନେଶ୍ଵର: ଉତ୍ତର ବଙ୍ଗୋପସାଗରରେ ଆସୁଥିବା ସାମ୍ଭାବ୍ୟ ବାତ୍ୟା ୨୨ରେ ଉତ୍ତର ଆଣ୍ଡାମାନ ସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ୨୬ ତାରିଖ ସଂଧ୍ୟାରେ ଲ୍ୟାଣ୍ଡଫଲ କରିବ। ବାତ୍ୟାର ଲ୍ୟାଣ୍ଡଫଲ ନେଇ ଚର୍ଚ୍ଚା ହେଉଥିବା ବେଳେ ୱିଣ୍ଡି-ଡଟ୍-କମର ଆକଳନ ଯଦି ଠିକ୍‌ ହୁଏ ତେବେ ବ୍ୟାତ୍ୟା ‘ୟଶ୍’ ଚାନ୍ଦବାଲି, ବାଲେଶ୍ୱର ଓ ଦୀଘା ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି।

ୱିଣ୍ଡି-ଡଟ୍-କମର ଆକଳନ ମୁତାବକ, ମେ ୨୩ ତାରିଖରେ ଲଘୁଚାପ ଘନୀଭୂତ ହେବା ଆରମ୍ଭ କରିବ। ମେ ୨୪ ତାରିଖରେ ଏହି ଲଘୁଚାପ ବାତ୍ୟା ରୂପରେ ଅଧିକ ଘନିଭୂତ ହେବାର ସମ୍ଭାବନା ରହିଛି। ଏହାପରେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତିି କରିବ। ମେ ୨୫ ତାରିଖରେ ବାତ୍ୟାର ସମ୍ପୂର୍ଣ୍ଣ କଳେବର ପରିବର୍ତ୍ତନ ହେବ।

ମେ ୨୬ ତାରିଖରେ ଏହି ବାତ୍ୟା ଓଡିଶା ଉପକୂଳର ନିକଟବର୍ତ୍ତୀ ହେବ। ପାରାଦ୍ୱୀପ ଓ ଚାନ୍ଦବାଲି ମଧ୍ୟବର୍ତ୍ତୀ ଅଂଚଳରେ ବାତ୍ୟାର ପ୍ରଭାବ ଆରମ୍ଭ ହୋଇଯିବ। ୱିଣ୍ଡି-ଡଟ୍-କମର ଆକଳନ ଅନୁସାରେ ଏହା ଚାନ୍ଦବାଲି, ବାଲେଶ୍ୱର ଓ ଦୀଘା ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ଏବଂ ୨୬ ତାରିଖ ରାତି ୧୧ଟା ପରଠାରୁ ଏହି ପକ୍ରିୟା ଆରମ୍ଭ ହୋଇପାରେ। ମେ ୨୭ ତାରିଖ ସକାଳ ୫ଟା ବେଳକୁ ଏମାନଙ୍କର ଆକଳନ ଅନୁସାରେ ବାତ୍ୟାର ଆଖି ସ୍ଥଳଭାଗ ଅତିକ୍ରମ କରି ସାରିଥିବ ଏବଂ ବେତନଟି ଓ ବାରିପଦା ଦେଇ ଗତି କରିଯିବ।

ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ ମୁତାବକ, ୨୨ ରୁ ୨୫ ମଧ୍ୟରେ ଏହା ବାତ୍ୟାର ରୂପ ନେଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ୨୬ ତାରିଖ ସନ୍ଧ୍ୟା ବେଳକୁ ଉତ୍ତର ବଙ୍ଗୋପସାଗର ଦେଇ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ଅଂଚଳରେ ଲ୍ୟାଣ୍ଡଫଲ କରିପାରେ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବାତ୍ୟା ପଶ୍ଚିମବଙ୍ଗ. ବାଙ୍ଗଲାଦେଶ କିମ୍ବା ଓଡ଼ିଶାରେ ଲ୍ୟାଣ୍ଡଫଲ କରିପାରେ। ତେବେ ବାତ୍ୟାର ଆନୁମାନିକ ଗତିପଥ ଏବଂ ପ୍ରକୃତରେ ଏହା କେଉଁ ଦିଗରେ ଗତି କରିବ, ତା ଉପରେ ସମସ୍ତେ ନଜର ରଖିଛନ୍ତି।

Leave A Reply

Your email address will not be published.