Odisha Link
Bridging the Missing Links in Odisha

୧୬ କି.ମି ବେଗରେ ଆସୁଛି ‘ଅସାନି’, ମଙ୍ଗଳବାରଠୁ ବର୍ଷା

ଓଏଲ୍‌ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ସକ୍ରିୟ ହୋଇ ଆଜି ସକାଳରେ ନେଇଛି ବାତ୍ୟାର ରୂପ। ଘଣ୍ଟାପ୍ରତି ୧୬ କିମି ବେଗରେ ମାଡ଼ି ଆସୁଛି ବାତ୍ୟା। ଏହି ବାତ୍ୟାର ନାଁ ‘ଅସାନି’ ରଖାଯାଇଛି। ଯାହାର ନାମ ଶ୍ରୀଲଙ୍କା ତରଫରୁ ନାମକରଣ କରାଯାଇଛି। ଯାହାର ଅର୍ଥ ‘କ୍ରୋଧ’। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ବର ଆଞ୍ଚଳିତ ପାଣିପାଗ କେନ୍ଦ୍ରର ବିଶେଷଜ୍ଞ କହିଛନ୍ତି, ବାତ୍ୟା ‘ଅସାନି’ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି। ଯାହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି। ଏହା ପୁରୀଠାରୁ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦିଗରେ ୧୦୨୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ସେହିପରି ପୋର୍ଟ ବ୍ଲେୟାରଠାରୁ ଏହା ୩୭୦ କିମି ଓ ବିଶାଖାପାଟଣାଠାରୁ ୯୭୦ କିମି ଦୂରରେ ରହିଛି। ବାତ୍ୟା ‘ଅସାନି’ ୧୦ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଦିଗରେ ତା’ର ଗତି ବଜାୟ ରଖିବ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବ ଏବଂ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି।

ବ୍ୟାତ୍ୟାର ପ୍ରଭାବରେ ମଙ୍ଗଳବାର ସନ୍ଧ୍ୟାରେ ବର୍ଷା ହେବ। ୧୦ ତାରିଖ ସନ୍ଧ୍ୟା ବେଳକୁ ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ସମୁଦ୍ର ମଧ୍ୟରେ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ପହଞ୍ଚିବ। ଏହା ପରେ ବାତ୍ୟା ‘ଅସାନି’ର ଦିଗ ପରିବର୍ତ୍ତନ ହେବ। ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ ଏବଂ ଓଡ଼ିଶା ଉପକୂଳରେ ସମାନ୍ତରାଳରେ ମୁହାଁବାର ସମ୍ଭାବନା ରହୁଥିବା ନେଇ ପାଣିପାଗ ବିଶେଷଜ୍ଞ କହିଛନ୍ତି।

Leave A Reply

Your email address will not be published.