Odisha Link
Bridging the Missing Links in Odisha

ଦିନକରେ ୧୧,୪୯୮ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ରାଜ୍ୟରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା ୬,୫୫,୮୯୯ରେ ପହଁଞ୍ଚିଛି।

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଲକ୍‌ଡାଉନ୍, ସଟ୍‌ଡାଉନ୍‌ ଭଳି କଟକଣା ସତ୍ତ୍ବେ କମୁନି ସଂକ୍ରମଣ। ଏସବୁ ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧,୪୯୮ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା ୬,୫୫,୮୯୯ରେ ପହଁଞ୍ଚିଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬୪୩୯ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫୦୫୯ ଜଣ ସ୍ଥାନୀୟ ବାସିନ୍ଦା ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି।

ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୮୬୭ଜଣ, ବାଲେଶ୍ୱର ଜିଲ୍ଲାରୁ ୫୨୪ଜଣ, ବରଗଡ଼ ଜିଲ୍ଲାରୁ ୩୯୫ଜଣ, ଭଦ୍ରକ ଜିଲ୍ଲାରୁ ୧୩୪ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୯୪ଜଣ, ବୌଦ୍ଧ ଜିଲ୍ଲାରୁ ୩୧୩ଜଣ, କଟକ ଜିଲ୍ଲାରୁ ୧୧୦୭ଜଣ, ଦେଓଗଡ଼ ଜିଲ୍ଲାରୁ ୧୧୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୫୧ଜଣ, ଗଜପତି ଜିଲ୍ଲାରୁ ୮୬ଜଣ, ଗଞ୍ଜାମ ଜିଲ୍ଲାରୁ ୨୨୮ଜଣ, ଜଗତସିଂହପୁର ଜିଲ୍ଲାରୁ ୩୩୫ଜଣ, ଯାଜପୁର ଜିଲ୍ଲାରୁ ୩୭୮ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୪୭ଜଣ, କଳାହାଣ୍ଡି ଜିଲ୍ଲାରୁ ୨୦୫ଜଣ, କନ୍ଧମାଳ ଜିଲ୍ଲାରୁ ୧୦୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୦୪ଜଣ, କେନ୍ଦୁଝର ଜିଲ୍ଲାରୁ ୧୯୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୪୯୭ଜଣ, କୋରାପୁଟ ଜିଲ୍ଲାରୁ ୨୬୬ଜଣ, ମାଲକାନାଗିରି ଜିଲ୍ଲାରୁ ୧୧୦ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୫୩୮ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୪୬ଜଣ, ନୟାଗଡ଼ ଜିଲ୍ଲାରୁ ୩୮୨ଜଣ, ନୂଆପଡ଼ା ଜିଲ୍ଲାରୁ ୧୫୨ଜଣ, ପୁରୀ ଜିଲ୍ଲାରୁ ୪୨୪ଜଣ, ରାୟଗଡ଼ା ଜିଲ୍ଲାରୁ ୨୩୩ଜଣ, ସମ୍ବଲପୁର ଜିଲ୍ଲାରୁ ୩୯୩ଜଣ, ସୋନପୁର ଜିଲ୍ଲାରୁ ୨୨୭ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୦୩ଜଣ , ଷ୍ଟେଟ୍‌ ପୁଲ୍‌ରୁ ୨୬୧ଜଣ ରହିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬,୫୫,୮୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧,୦୬,୮୧୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫,୪୬,୬୩୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.