Odisha Link
Bridging the Missing Links in Odisha

ବର୍ଷାରେ ଓଦା ହେଲେ ବଢ଼ିବ ସଂକ୍ରମଣ

ଭୁବନେଶ୍ବର: ଲକ୍‌ଡାଉନ୍, ସପ୍ତାହାନ୍ତ ସଟ୍‌ଡାଉନ୍‌ ସତ୍ତ୍ବେ ରାଜ୍ୟରେ ଥମୁନି କରୋନା ସଂକ୍ରମଣ। ଦିନକୁ ଦିନ ରାଜ୍ୟରେ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଯାହାକୁ ନେଇ ଚିନ୍ତାରେ ରାଜ୍ୟ ସରକାର। ଏସବୁ ମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨,୫୨୩ କରୋନା ମାମଲା ରାଜ୍ୟରେ ଚିହ୍ନଟ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା ୬,୬୮,୪୨୨ରେ ପହଁଞ୍ଚିଛି।

ଅପରପକ୍ଷେ ମହାମାରୀ ସମୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର। ବର୍ଷାରେ ଓଦା ହେଲେ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ତେଣୁ ବର୍ଷାରେ ନଭିଜିବାକୁ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି। ଆଗକୁ ବାତ୍ୟା ଆସିୁଥିବାରୁ ଏଭଳି ପରାମର୍ଶ ଦେଇଛନ୍ତି ଶ୍ରୀ ସାହୁ।

ଆଗକୁ ବାତ୍ୟା ଆସୁଛି। ଏହାର ପ୍ରଭାବରେ ବର୍ଷା ହେବ। ଆଉ ବର୍ଷାରେ ଭିଜିଲେ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି। ଏପରିକି ବର୍ଷାରେ ଓଦା ହେଲେ ସଂକ୍ରମଣ ହେବାର ସମ୍ଭାବନା ରହିଛି । ବର୍ଷାରେ ଓଦା ହେଲେ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ। କୋଭିଡ ସମୟ ହୋଇଥିବାରୁ ଅଧିକ ସତର୍କ ରହିବା ସହ ଓଦା ନହେବାକୁ ଶ୍ରୀ ସାହୁ ପରାମର୍ଶ ଦେଇଛନ୍ତି। ଏହାଛଡ଼ା ଗୋଟିଏ ଘରେ ଅଧିକ ଲୋକ ରହୁଥିଲେ ମାସ୍କ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.