Odisha Link
Bridging the Missing Links in Odisha

ଓଡ଼ିଶା ମୁହାଁ ବାତ୍ୟା ‘ୟଶ୍’, ମତ୍ସଜୀବୀଙ୍କୁ ଆଜିଠୁ ସମୁଦ୍ର ମନା

ବର୍ତ୍ତମାନ ଅତ୍ୟଧିକ ବନ୍ୟାଞ୍ଚଳ ମାନଙ୍କୁ ଓଡ୍ରାଫ୍, ଅଗ୍ନିଶମ ଏବଂ ଏନଡିଆରଏଫ୍ ଟିମ୍ ପଠାଯାଉଛି

ଭୁବନେଶ୍ବର: ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ସମ୍ଭାବ୍ୟ ବାତ୍ୟା ‘ୟଶ୍’ ଓଡ଼ିଶା ମୁହାଁ। ୨୬ରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ୟଶ୍। ହୋଇଛି। ଏନେଇ ଅନୁମାନ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପରେ ରାଜ୍ୟ ସରକାର ଏହାର ମୁକାବିଲା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଆଜି ଏସଆରସିଙ୍କ ପକ୍ଷରୁ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଲର୍ଟ ଜାରି କରିଛନ୍ତି।

ଏସଆରସି କହିଛନ୍ତି ଯେ, ଆସନ୍ତାକାଲି ଆଇଏମଡିଙ୍କ ଆକଳନ ଅନୁସାରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ୨୩ ତାରିଖରେ ତାହା ଡିପ୍ରେସନ୍ ଏବଂ ୨୪ ତାରିଖରେ ବାତ୍ୟାରେ ପରିଣତ ହେବ। ଏଥିସହିତ ୨୬ ତାରିଖ ସକାଳେ ଓଡିଶା, ବଙ୍ଗ ଉପକୂଳ ନିକଟରେ ବାତ୍ୟା ଆକାରରେ ପହଞ୍ଚିବ। ତେଣୁ ଏବେ ଠାରୁ ମତ୍ସଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଆଉ ଯେଉଁ ମାନେ ସମୁଦ୍ରରେ ଅଛନ୍ତି ସେମାନେ ଫେରି ଆସିବେ। ଆଜି ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ଏବଂ ଏନଡିଏମଏ ଙ୍କ ସହ ମିଟିଂ ହୋଇଛି।

ସେହିପରି ପ୍ରାକ୍ ଆକଳନ ଅନୁସାରେ ଉତ୍ତର ଓଡ଼ିଶା ସୁନ୍ଦରବନ ମଧ୍ୟରେ ସ୍ଥଳ ଛୁଇଁବ। ତେବେ ଏହାର ଗତି, ବେଗ ଏବଂ ତୀବ୍ରତା କେତେ ରହିବ ତାହା ଆଇଏମଡି ପକ୍ଷର ସ୍ପଷ୍ଟ କରାଯାଇ ନାହିଁ। ବର୍ତ୍ତମାନ ଅତ୍ୟଧିକ ବନ୍ୟାଞ୍ଚଳ ମାନଙ୍କୁ ଓଡ୍ରାଫ୍, ଅଗ୍ନିଶମ ଏବଂ ଏନଡିଆରଏଫ୍ ଟିମ୍କୁ ପଠାଯାଉଛି। ଗୁଜୁରାଟ ଯାଇଥିବା ଏନଡିଆରଏଫର ୫ଟି ଟିମ୍ ଆଜି ଫେରି ଆସିବେ। ଏଥିସହିତ ସହରମାନଙ୍କରେ ଲାଗିଥିବା ହାଇମାଷ୍ଟ ଲାଇଟ୍ କୁ ଖୋଲିଦିଆଯିବ ଏବଂ ଜନପଥ କଡରେ ଲାଗିଥିବା ବଡ ବଡ ହୋଡିଂ ଆଦିକୁ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି।

Leave A Reply

Your email address will not be published.