Odisha Link
Bridging the Missing Links in Odisha

ବ୍ଲାକ ଫଙ୍ଗସ ନିରାକରଣ ପାଇଁ ୩ ସୂତ୍ରୀ ମନ୍ତ୍ର

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର କାୟା ମେଲାଉଥିବା ବେଳେ ଚିନ୍ତା ବଢ଼ାଇଛି ମହାମାରୀ ବ୍ଲାକ୍ ଫଙ୍ଗସ। କରୋନାରୁ ଆରୋଗ୍ୟ ବ୍ୟକ୍ତି ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହେଉଛନ୍ତି। ଦେଶରେ ବର୍ତ୍ତମାନ ସୁଦ୍ଧା ୧୨୬ ଜଣଙ୍କର ବ୍ଲାକ ଫଙ୍ଗସରେ ଜୀବନ ଗଲାଣି। ଅନିୟନ୍ତ୍ରିତ ବ୍ଲଡ ସୁଗାର ଓ କୋଭିଡ୍‌ ମ୍ୟୁକରମାଇକୋସିସ୍ ବଢ଼ାଉଛି। ତେବେ ଏମସ ନିଦେ୍ର୍ଧଶକ ରଣଦୀପ ଗୁଲେରିଆ ଓ ମେଦାନ୍ତ ଅଧ୍ୟକ୍ଷ ନରେଶ ତ୍ରେହାନ ରୋଗର କାରଣ ଓ ନିରାକରଣ ନେଇ ପରାମର୍ଶ ଦେଇଛନ୍ତି।

ନିରାକରଣ ପାଇଁ ୩ ସୂତ୍ରୀ ମନ୍ତ୍ର
ବ୍ଲଡ ସୁଗାର ସ୍ତର ନିୟନ୍ତ୍ରଣରେ ରଖିବା ସବୁଠାରୁ ଜରୁରୀ। ଷ୍ଟିରଏଡ ନେଉଥିଲେ ନିୟମିତ ବ୍ଲଡ୍‌ ସୁଗାର ପରୀକ୍ଷା କରିବା ଜରୁରୀ। କେବେ ଷ୍ଟିରଏଡ ଦିଆଯିବ ଓ କେତେ ପରିମାଣର ନେବେ ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

ବ୍ଲାକ ଫଙ୍ଗସର ପ୍ରାଥମିକ ଲକ୍ଷଣ
ନାକ ପୋଡ଼ିବା ବା ନାକ ଜାମ୍ ହେବା। ପାଟି ଭିତରେ ଫଙ୍ଗସ ଦେଖାଯିବା ଓ ଆଖିପତା ଫୁଲିବା। ଏମିତି ଲକ୍ଷଣ ଦେଖିଲେ ତୁରନ୍ତ ଚିକିତ୍ସା ଆରମ୍ଭ କରାଯିବା ଉଚିତ।

Leave A Reply

Your email address will not be published.