Odisha Link
Bridging the Missing Links in Odisha

ସୁଇସାଇଡ ଭିଡିଓ ସୁଟିଂ ବେଳେ ସତରେ ଚାଲିଗଲା ଜୀବନ

ନିଜ ଉପରକୁ ଗୁଳି ମାରିଲେ ଯୁବକ

ନୂଆଦିଲ୍ଲୀ: ଆଜିକାଲି ଭିଡିଓ ରିଲସ୍ କ୍ରେଜ ଅଧିକ। ଯୁବପିଢ଼ି ଠୁ ନେଇ ନୁହେଁ ସବୁବର୍ଗର ଲୋକ ଭିଡିଓ ରିଲସ୍‌ କରୁଛନ୍ତି। ମନୋର‍ଞ୍ଜନ ପାଇଁ ବିଭିନ୍ନ ପ୍ରକାରର ଭିଡିଓ ରିଲସ୍‌ ଦେଖିବାକୁ ମିଳୁଛି। ହେଲେ କେବେ ଏହି ମିଛି ମିଛିକା ଭିଡିଓ ରିଲସ୍‌ ମଧ୍ୟ କାଳ ସାଜେ। ବେଳେବେଳେ ନକଲି ଭିଡିଓ ସତ ପାଲଟିଯାଏ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପାକିସ୍ତାନରେ।

ସୂଚନା ମୁତାବକ, ଜଣେ ୧୯ ବର୍ଷୀୟ ଟିକ୍ ଟକ୍ ଷ୍ଟାର ଏକ ଫେକ ଭିଡିଓ ବନାଇବା ସମୟରେ ଗୁଳି ଫୁଟି ତାଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଯୁବକ ଜଣକ ସୁଇସାଇଡର ଏକ ଭିଡିଓ ସୁଟିଂ କରୁଥିଲେ। ଏହି ଘଟଣା ପାକିସ୍ତାନ ସ୍ୱାଟର କବାଲ ତହସିଲ ଅଞ୍ଚଳରେ ଘଟିଛି।

ପୁଲିସର କହିବା ମୁତାବକ, “ପ୍ରାଥମିକ ତଦନ୍ତରୁ ଟିକ୍ ଟକ୍ ଷ୍ଟାର ହମ୍ମିଦୁଲ୍ଲା ଏକ ସୁଉସାଇଡ ଦୃଶ୍ୟର ସୁଟିଂ କରୁଥିବା ସମୟରେ ତାଙ୍କ ସହ ଏହି ଘଟଣା ଘଟିଥିଲା।” ତେବେ ଘଟଣାର ଖବର ପାଇ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ହସ୍ୱିଟାଲକୁ ପଠାଇଥିଲା  ତେବେ ଏହି ଘଟଣାକୁ ନେଇ ମୃତକଙ୍କ ବନ୍ଧୁ ତଥା ପ୍ରତ୍ୟକ୍ଷଦର୍ଶୀ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।

ସେମାନଙ୍କ କହିବା ଅନୁଯାୟୀ, “ସେ ସୁଇସାଇଡର ଦୃଶ୍ୟ ସୁଟିଂ କରିବା ପାଇଁ ଯୋଜନା କରିଥିଲେ ଏବଂ ସେ ଏଥିପାଇଁ ଏକ ବନ୍ଧୁକ ମଧ୍ୟ ଆଣିଥିଲେ। ତେବେ ସେ ବନ୍ଧୁକରେ ଗୁଳି ଥିବା ବିଷୟରେ ଜାଣି ନଥିଲେ। ଏହାପରେ ସେ ସେମାନଙ୍କ ସାଙ୍ଗମାନଙ୍କ ସହ ଭିଡିଓ ସୁଟିଂ କରିବା ଆରମ୍ଭ କରିଥିଲେ। ସେ ବନ୍ଧୁକ ନିଜର ମୁଣ୍ଡରେ ଲଗାଇଥିଲେ ଏବଂ ଭୁଲ ବଶତଃ ଗୁଳି ଚଳାଇଥିଲେ।”

Leave A Reply

Your email address will not be published.