Odisha Link
Bridging the Missing Links in Odisha

ପାଣିଗ୍ରାହୀ ଓ ପାଠକଙ୍କୁ କରୋନା

ଭୁବନେଶ୍ୱର: ପାଣିଗ୍ରାହୀ ଓ ପାଠକଙ୍କୁ କରୋନା। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ଭାବି ସମୁଦି ତଥା ପୂର୍ବତନ ଆଇଏଫ୍‌ଏସ୍ ଅଧିକାରୀ ଅଭୟ ପାଠକ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଉଭୟ ଝାରପଡ଼ା ଜେଲରେ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜେଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ଉଭୟ ଠକେଇ ମାମଲାରେ ଝାରପଡ଼ା ଜେଲରେ ବିଚାରାଧୀନ କଏଦୀ ଭାବେ ଅଛନ୍ତି। ଗତ କିଛି ଦିନ ତଳେ ସେମାନଙ୍କୁ ସାମାନ୍ୟ ଜର ଓ ଥଣ୍ଡା ହୋଇଥିଲା।

ତେବେ ଆଗକୁ ଯଦି ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟେ ତେବେ ସେମାନଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯିବ ବୋଲି କୁହାଯାଇଛି। ୨ ଦିନ ତଳେ ଝାରପଡ଼ା ଜେଲରେ ଥିବା ଅନ୍ତେବାସୀଙ୍କ କୋଭିଡ ଟେଷ୍ଟ କରାଯାଇଥିବା ବେଳେ ୯୬ ଜଣଙ୍କ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.