Odisha Link
Bridging the Missing Links in Odisha

ବ୍ଲାକ ଫଙ୍ଗସ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ତାଳି ଥାଳି ବଜାଇବାକୁ କହିପାରନ୍ତି: ରାହୁଲ

ସରକାରର କୁଶାସନ ଯୋଗୁଁ କେବଳ ଭାରତରେ କରୋନା ସହିତ ବ୍ଲାକ ଫଙ୍ଗସ ମହାମାରୀ ବ୍ୟାପୁଛି

ନୂଆଦିଲ୍ଲୀ: ବ୍ଲାକ ଫଙ୍ଗସ ମହାମାରୀକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ। ରାହୁଲ କହିଛନ୍ତି, ମୋଦୀ ସରକାରର କୁଶାସନ ଯୋଗୁଁ କେବଳ ଭାରତରେ କରୋନା ସହିତ ବ୍ଲାକ ଫଙ୍ଗସ ମହାମାରୀ ବ୍ୟାପୁଛି। ଭ୍ୟାକ୍ସିନର ଅଭାବ ସହିତ ଏହି ନୂତନ ମହାମାରୀ ପାଇଁ ଔଷଧର ଅଭାବ ରହିଛି।

ମହାମାରୀର ପ୍ରକୋପକୁ ରୋକିବା ପାଇଁ ଗତ ବର୍ଷ ଲକଡାଉନ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥାଳି ଓ ତାଳି ବଜାଇବାକୁ ଜନତାଙ୍କୁ ଅପିଲ୍ କରିଥିଲେ। ଏବେ ମୋଦୀ କୌଣସି ମୁହୂର୍ତ୍ତରେ ବ୍ଲାକ ଫଙ୍ଗସ ମହାମାରୀର ମୁକାବିଲା ପାଇଁ ପୁଣି ଥରେ ଥାଳି-ତାଳି ବଜାଇବାକୁ ଘୋଷଣା କରିପାରନ୍ତି।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କରୋନା ସଙ୍କଟକୁ ନେଇ ଟିକାକରଣର ଗତି ବଢାଇବାକୁ ଅପିଲ୍ କରିଥିଲେ। ଏଥିସହ ଦେଶରେ ଟିକାର ଘୋର ଅଭାବକୁ ନେଇ ଚିନ୍ତା ପ୍ରକଟ କରିଥିଲେ। କାଳ ବିଳମ୍ବ ନକରି ବ୍ୟାପକ ଟିକାକରଣ କରାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

Leave A Reply

Your email address will not be published.