Odisha Link
Bridging the Missing Links in Odisha

ଘରୋଇ ବସ୍ ରୋଡ ଟ୍ୟାକ୍ସ ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ଘରୋଇ ବସ୍ ମାଲିକମାନଙ୍କ ପାଇଁ ଖୁସି ଖବର। ଏପ୍ରିଲ ଓ ମେ’ ମାସର ରୋଡ ଟ୍ୟାକ୍ସ ଛାଡ କରିଛନ୍ତି ରାଜ୍ୟ ସରକାର। ଲକଡାଉନ୍ ଓ ସଟଡାଉନ୍‌ରେ ବ୍ୟବସାୟୀମାନେ ପ୍ରଭାବିତ ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି।

ରାଜ୍ୟରେ କରୋନା ଯୋଗୁଁ ଆର୍ଥିକ କ୍ଷେତ୍ରରେ ବେଶ ପ୍ରଭାବ ପଡିଛି। ଅନେକ ଲୋକେ ଚାକିରି ହରାଉଥିବା ବେଳେ ବେରୋଜଗାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି। କରେନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଅମାନିଆଙ୍କ କାରଣରୁ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି।