Odisha Link
Bridging the Missing Links in Odisha

ବର୍ଷା ଓ ବାତ୍ୟାର ସୂଚନା ଦିଏ ଶ୍ରୀମନ୍ଦିରର ଧଳା ବାନା, କିପରି ଜାଣନ୍ତୁ…

ପୁରୀ: ଶ୍ରୀମନ୍ଦିରର ନୀଳଚକ୍ରରେ ଧଳା ବାନା ପଛରେ ରହିଛି ଅନେକ ରୋଚକ କଥା। ବର୍ଷା ଓ ବାତ୍ୟାର ସୂଚନା ଦେଇଥାଏ ଶ୍ରୀମନ୍ଦିରର ଧବଳ ବାନା। ଲୋକକଥା ଅଛି ବାନା ଉଡିବ ଧବଳ, ବର୍ଷା ହେବ ପ୍ରବଳ। ଯେତେବେଳେ ବି ଧଳା ରଙ୍ଗର ବାନା ଲାଗେ ସେତେବେଳେ ପ୍ରବଳ ବର୍ଷା ହୋଇଥାଏ ବୋଲି କୁହାଯାଏ।  ଆଜି ମଧ୍ୟ ଶ୍ରୀମନ୍ଦିରର ନୀଳଚକ୍ରରେ ଲାଗିଛି ଧବଳ ବର୍ଣ୍ଣ ବାନା।

ବର୍ଷା ଆଗମନର ସୂଚନା ପାଇ ଶ୍ରୀମନ୍ଦିର ପ୍ରଶାସନ ବା ଚୂନରା ସେବକ ଏହି ଧଳା ବାନା ଲଗାନ୍ତି ନାହିଁ। ଲଟେରୀ ମାଧ୍ୟମରେ ଯେଉଁ ବାନା ସ୍ଥିରିକୃତ ହୋଇଥାଏ ସେହି ବାନା ହିଁ ଲଗାଯାଇଥାଏ। ସଂଯୋଗର ବିଷୟରେ ଯେ, ଆଜି ଧଳା ବାନା ଲାଗିଥିବା ବେଳେ ରାଜ୍ୟରେ ପ୍ରବଳ ବର୍ଷା ହେଉଛି।

ଅନ୍ୟପଟେ ବାତ୍ୟା ୟାସ୍ ନେଇ ପ୍ରେସମିଟ୍‌ ଜରିଆରେ  IMD ସୂଚନା ଦେଇଛନ୍ତି ଯେ, କାଲି ସକାଳେ ଧାମରା ପାଖେ ଲ୍ୟାଣ୍ଡ ଫଲ୍ କରିବ ବାତ୍ୟା ୟାସ୍। ଭିତରକନିକା, ଧାମରା, ଚାନ୍ଦବାଲିରେ ଲ୍ୟାଣ୍ଡଫଲ ନେଇ ସରକାର ପ୍ରସ୍ତୁତି କରିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବ ଏବଂ ସାଢେ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ଏସ୍‌ଆର୍‌ସି କହିଛନ୍ତି।

Leave A Reply

Your email address will not be published.