Odisha Link
Bridging the Missing Links in Odisha

ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ଡାକରା, ଚାରିଦିନ ପୂର୍ବରୁ କାର୍ଯ୍ୟକାଳ ବଢାଇଥିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଓ ରାଜ୍ୟ କଳିରେ ବଳି ପଡୁଛନ୍ତି ପ୍ରଶାସନିକ ଅଧିକାରୀ। ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପନ୍ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ଡାକରା। କେନ୍ଦ୍ର ସରକାର ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ବଦଳି କରିଛନ୍ତି।  ଅଲପନଙ୍କୁ ମେ ୩୧ ସୋମବାର ସକାଳ ୧୦ଟା ପୂର୍ବରୁ ରିପୋର୍ଟ କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି।

ମୁଖ୍ୟ ଶାସନ ସଚିବ ଭାବେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଯାଉଥିଲେ ବେଳେ ଚାରି ଦିନ ପୂର୍ବରୁ ମମତା ସରକାର ତାଙ୍କ କାର୍ଯ୍ୟକାଳକୁ ତିନି ମାସ ବୃଦ୍ଧି କରିଛନ୍ତି। ମାତ୍ର କେନ୍ଦ୍ର ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ବନ୍ଦୋପାଧ୍ୟାୟଙ୍କୁ ଶୀଘ୍ର ଦାୟିତ୍ଵରୁ ମୁକ୍ତ କରିବାକୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଆଦେଶ ଅନୁଯାୟୀ, ଅଲପନ ବନ୍ଦୋପାଧ୍ୟାୟଙ୍କୁ ଏବେ ନୂଆଦିଲ୍ଲୀରେ ନୂତନ ଦାୟିତ୍ଵ ଦିଆଯିବ।

ସୂଚନାଯୋଗ୍ୟ, ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ଗସ୍ତ କରି ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ବୈଠକ ଡକାଇଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଧ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ତାଙ୍କ ସହ ଅଲପନ ବନ୍ଦୋପାଧ୍ୟାୟ ମଧ୍ୟ ଥିଲେ। ସେପଟେ ପ୍ରଧାନମନ୍ତ୍ରୀ ଅପେକ୍ଷା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବ ଅଧ ଘଣ୍ଟା ବିଳମ୍ବରେ ବୈଠକରେ ଯୋଗ ଦେଇଥିଲେ।

ବନ୍ଦୋପାଧ୍ୟାୟ ୧୯୮୭ ବ୍ୟାଚର ଆଇଏଏସ ଅଫିସର। ସେ ହାଓ୍ଵଡା ସମେତ ଅନେକ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କୁ ଗତ ବର୍ଷ ସେପ୍ଟେମ୍ବରରେ ରାଜୀବ ସିହ୍ନାଙ୍କ ଅବସର ପରେ ମୁଖ୍ୟ ସଚିବ ପଦରେ ନିଯୁକ୍ତ ଦିଆଯାଇଥିଲା।

Leave A Reply

Your email address will not be published.