Odisha Link
Bridging the Missing Links in Odisha

BCCIର ଗୁରୁତ୍ବପୂର୍ଣ୍ଣ ବୈଠକ: IPL-୧୪ ଓ ଟି-୨୦ ବିଶ୍ବକପ୍‌ର ଭବିଷ୍ୟତ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି

ମୁମ୍ବାଇ: ଶନିବାର ମଧ୍ୟାହ୍ନରେ ବିିସିସିଆଇ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଭର୍ଚୁଆଲ ମୋଡରେ ହେବ ଏହି ବୈଠକ। ଅନ୍ୟପଟେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଇତି ମଧ୍ୟରେ ମୁମ୍ବାଇରେ ଆସି ପହଞ୍ଚିଛନ୍ତି । ସ୍ୱତନ୍ତ୍ର ସାଧାରଣ ବୈଠକ ଅବସରରେ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଓ ଅଧା ରହିଯାଇଥିବା ଆଇପିଏଲ୍‌ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଚର୍ଚ୍ଚା ହେଉଛି।

ବିଶେଷକରି ଆଇପିଏଲ ୧୪ର ବଳକା ମ୍ୟାଚ୍‌ ଆୟୋଜନ କରିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ସମୟ ବାହାର କରାଯାଇଛି। ସେପ୍ଟେମ୍ବର ୧୮ କିମ୍ବା ୧୯ରୁ ଆଇପିଏଲ୍‌ର ବାକି ଅଂଶ ଆରମ୍ଭ କରି ଅକ୍ଟୋବର ୧୦ ତାରିଖରେ ଶେଷ କରିବାକୁ ଯୋଜନା କରାଯାଇଛି । ଏହି ସମୟ ମଧ୍ୟରେ ୧୦ଦିନ ୨ଟି ଲେଖାଏଁ ମ୍ୟାଚ୍‌ ରହିବ ।

ବୈଠକରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଆୟୋଜନ ମୁଖ୍ୟ ପ୍ରସଙ୍ଗ ହେବ । ଅକ୍ଟୋବର ୧୮ରୁ ବିଶ୍ୱକପ୍‌ ଆରମ୍ଭ ହେବ। ବିସିସିଆଇ ଘରୋଇ ଗ୍ରାଉଣ୍ଡରେ ବିଶ୍ୱକପ୍‌ ଆୟୋଜନ କରିବାକୁ ଅଧିକାର ପାଇଛି । ହେଲେ ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ଥିବାରୁ ୟୁଏଇକୁ ବିଶ୍ୱକପ୍‌ ସ୍ଥାନାନ୍ତରିତ ହେବାର ଆଶଙ୍କା ରହିଛି ।

ଅନ୍ୟପଟେ ଜୁନ ୧ ତାରିଖରେ ଆଇସିସି ବୈଠକ ରହିଛି । ଏହି ବୈଠକରେ ବିଶ୍ୱକପ୍‌ ସ୍ଥାନାନ୍ତରଣ ନେଇ ଆଲୋଚନା ହେବ । ବିସିସିଆଇ ବିଶ୍ୱକପ୍‌ ଉପରେ ନିଷ୍ପତ୍ତି ନେବା ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ଆଇସିସିକୁ ଅନୁରୋଧ କରିବା ନିଶ୍ଚିତ ।

Leave A Reply

Your email address will not be published.