Odisha Link
Bridging the Missing Links in Odisha

ତଳମୁହାଁ କରୋନା ଗ୍ରାଫ୍: ଦିନକରେ ୮୩୧୩ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଧୀରେ ଧିରେ କରୋନା ସଂକ୍ରମଣରେ ଲାଗୁଛି ବ୍ରେକ୍। ଦିନକୁ ଦିନ ଉପରମୁହାଁ ହେଉଥିବା କରୋନା ଗ୍ରାଫ୍‌ରେ ଲାଗିଛି ଅଙ୍କୁଶ। ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ ୮୩୧୩ ପଜିଟିଭ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୬୪,୯୯୭ରେ ପହଁଞ୍ଚିଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୬୫୫ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୬୫୮ ଜଣ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫୦୫ଜଣ, ବାଲେଶ୍ୱର ଜିଲ୍ଲାରୁ ୪୫୨ଜଣ, ବରଗଡ଼ ଜିଲ୍ଲାରୁ ୨୭୯ଜଣ, ଭଦ୍ରକ ଜିଲ୍ଲାରୁ ୧୧୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୧୯ଜଣ, ବୌଦ୍ଧ ଜିଲ୍ଲାରୁ ୨୦୯ଜଣ, କଟକ ଜିଲ୍ଲାରୁ ୫୯୩ଜଣ, ଦେଓଗଡ଼ ଜିଲ୍ଲାରୁ ୫୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୦୭ଜଣ, ଗଜପତି ଜିଲ୍ଲାରୁ ୮୫ଜଣ, ଗଞ୍ଜାମ ଜିଲ୍ଲାରୁ ୧୨୯ଜଣ, ଜଗତସିଂହପୁର ଜିଲ୍ଲାରୁ ୨୮୦ଜଣ, ଯାଜପୁର ଜିଲ୍ଲାରୁ ୩୫୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୧୧ଜଣ, କଳାହାଣ୍ଡି ଜିଲ୍ଲାରୁ ୧୬୨ଜଣ, କନ୍ଧମାଳ ଜିଲ୍ଲାରୁ ୯୦ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୩୧ଜଣ, କେନ୍ଦୁଝର ଜିଲ୍ଲାରୁ ୧୮୦ଜଣ , ଖୋର୍ଦ୍ଧା ଜିଲ୍ଲାରୁ ୯୭୪ଜଣ, କୋରାପୁଟ ଜିଲ୍ଲାରୁ ୧୯୮ଜଣ, ମାଲକାନଗିରି ଜିଲ୍ଲାରୁ ୧୦୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୫୩୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୦୫ଜଣ, ନୟାଗଡ଼ ଜିଲ୍ଲାରୁ ୨୦୫ଜଣ, ନୟାଗଡ଼ ଜିଲ୍ଲାରୁ ୨୮୩ଜଣ, ନୂଆପଡ଼ା ଜିଲ୍ଲାରୁ ୫୩ଜଣ, ପୁରୀ ଜିଲ୍ଲାରୁ ୪୦୫ଜଣ, ରାୟଗଡ଼ା ଜିଲ୍ଲାରୁ ୧୪୮ଜଣ, ସମ୍ବଲପୁର ଜିଲ୍ଲାରୁ ୨୦୪ଜଣ, ସୋନପୁର ଜିଲ୍ଲାରୁ ୧୨୩ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୪୬୫ଜଣ, ଷ୍ଟେଟ୍‌ ପୁଲ୍‌ରୁ ୧୬୨ଜଣ ରହିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭,୬୪,୯୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୧,୬୬୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬,୭୦,୫୨୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.