Odisha Link
Bridging the Missing Links in Odisha

ଲକ୍‌ଡାଉନରେ କ’ଣ ବନ୍ଦ, କ’ଣ ଖୋଲା ରହିବ ଜାଣନ୍ତୁ…

ଭୁବନେଶ୍ବର: ରାଜ୍ୟରେ ପୁଣି ବଢ଼ିଲା ଲକ୍‌ଡାଉନ୍‌। ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛି। କରୋନାକୁ ମାତ ଦେବା ପାଇଁ ତୃତୀୟ ଥର ପାଇଁ ବୃଦ୍ଧି କରାଯାଇଛି। ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ରାଜ୍ୟରେ ୧୬ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ଜୁନ୍ ୧ ତାରିଖ ସକାଳ ୫ଟାରୁ ଜୁନ୍ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ୍ ଜାରି ରହିବ ବୋଲି ଘୋଷଣା କରାଯାଇଛି। ପୂର୍ବରୁ ଜାରି ସପ୍ତାହାନ୍ତ ସଟ୍‌ଡାଉନ୍ ବି ଲାଗୁ ରହିବ।

ଲକଡାଉନ୍ ସମୟରେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକ ହଇରାଣ ନ ହୁଅନ୍ତି, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ସକାଳ ୬ଟାରୁ ୧୧ଟା ଯାଏ ତେଜରାତି, ପନିପରିବା, ଫଳ, ମାଛ, ମାଂସ ଆଦି ଦୋକାନ ଖୋଲା ରହିବ। ଗୋଟିଏ ଦୋକାନରୁ ଅନ୍ୟ ଦୋକାନର ଦୂରତା ଅତି କମରେ ୩୦ ଫୁଟ ହେବ। ଦୈନିକ ଓ ସାପ୍ତାହିକ ହାଟ ବନ୍ଦ ରହିବ। ଲୋକମାନେ ନିଜର ଆବଶ୍ୟକ ଖାଦ୍ୟପଦାର୍ଥ ଘରଠାରୁ ୫ଶହ ମିଟର ଭିତରେ ଥିବା ଦୋକାନରୁ ଚାଲି ଚାଲି ଯାଇ ଆଣିବେ।

ସ୍ବାସ୍ଥ୍ୟ ସେବା, ଜଳଯୋଗାଣ, ବିଦ୍ୟୁତ ସରବରାହ, ପରିମଳ ସେବା, ଟେଲିଫୋନ୍ ଓ ଇଣ୍ଟରନେଟ୍ ସେବା, ଡିଟିଏଚ୍ ସେବା, ଗ୍ୟାସ୍ ବିତରଣ ଓ ପେଟ୍ରୋଲ ପମ୍ପ, ବ୍ୟାଙ୍କ ଓ ଏଟିଏମ୍ ସେବା ଆଦି ସ୍ବାଭାବିକ ଭାବେ ଚାଲୁ ରହିବ। ହସ୍ପିଟାଲ, ନର୍ସିଂହୋମ୍, ଔଷଧ ଦୋକାନ ଖୋଲା ରହିବ। ରେଷ୍ଟୁରାଣ୍ଟ ଓ ଢାବା କେବଳ ଖାଦ୍ୟ ପାର୍ସଲ ଦେଇ ପାରିବେ। ଏଥିସହ ଫ୍ଲିପ୍‌କାର୍ଟ, ଆମଜନ, ଜୋମାଟୋ ଆଦି ଡେଲିଭରି ବୟଙ୍କୁ ଅନୁମତି ମିଳିଛି। ଛାପା, ବୈଦ୍ୟୁତିକ ଗଣମାଧ୍ୟମ, ଓ୍ବେବ ମିଡିଆ ସ୍ବାଭାବିକ ଭାବେ ଚାଲୁ ରହିବ।

ଲକ୍‌ଡାଉନ୍ ସମୟରେ ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ବସ ବନ୍ଦ ରହିବ। କେବଳ ମେଡିକାଲ କାର୍ଯ୍ୟ ବ୍ୟତୀତ ଅନ୍ୟ ସବୁ ଯାତାୟାତ ମନା। ଏହି ସୟମରେ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର ବନ୍ଦ ରହିବ।ପ୍ରଦର୍ଶନୀ, ମେଳା, ବ୍ୟବସାୟ ଭିତ୍ତିକ ମିଟିଂ ବନ୍ଦ ରହିବ। ଟ୍ୟାକ୍ସି, ଅଟୋ, ସାଇକେଲ ରିକ୍ସା ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ସିନେମା ହଲ୍, ମଲ୍‌ ମାର୍କେଟ କଂପ୍ଲେକ୍ସ, ଜିମ୍‌ ବନ୍ଦ ରହିବ। ଯାତ୍ରା, ଅପେରା, ଖୋଲାମଞ୍ଚ ବନ୍ଦ ରହିବ।

ଅତ୍ୟାବଶ୍ୟକ ହେଲେ ବାଇକରେ ଜଣେ ଯାଇପାରିବେ। ବାହାଘର ଏବଂ ଅନ୍ୟ କାର୍ଯ୍ୟକ୍ରମ ପାଇଁ ସମାନ ନିୟମ ଲାଗୁ ରହିବ ରହିଛି।ଏଥିସହ କାର, ଅଟୋ, ଓବେର, ଓଲାରେ ଯାଉଥିଲେ ଡ୍ରାଇଭର ସହ ୨ଜଣ ଯାଇପାରିବେ। ଜରୁରୀ ଚିକିତ୍ସା ସେବା ପାଇଁ ୨ଜଣ ପଛ ସିଟରେ ବସି ମଧ୍ୟ ଯାଇପାରିବେ। CRUT ପକ୍ଷରୁ କେବଳ ଏୟାରପୋର୍ଟ, ରେଲଓ୍ୱେ ଷ୍ଟେସନରୁ ମୋ ବସ୍‌ ସେବା ଜାରି ରହିବ। ୨ଟି ସ୍ଥାନ ବ୍ୟତୀତ ଅନ୍ୟ କେଉଁଠି ବି ରହିବନି ମୋ ବସ୍। ଯାତ୍ରାବେଳେ ବସ’ରେ ଛିଡା ହୋଇ କେହି ଯାଇପାରିବେ ନାହିଁ।

Leave A Reply

Your email address will not be published.