Odisha Link
Bridging the Missing Links in Odisha

ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିଲେ, ବାହାରିଲା ୭ ଖଣ୍ଡ ୫ଶହ ଟଙ୍କିଆ ଜାଲ୍‌ ନୋଟ୍; ତାପରେ…

ବାସୁଦେବପୁର: ସାବଧାନ ଏବେ ବି ମାର୍କେଟରେ ଘୁରି ବୁଲୁଛି ଜାଲ୍‌ ନୋଟ। ବ୍ୟାଙ୍କରେ ଟଙ୍କା ଜମା କରିବା ସମୟରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ଷ୍ଟେଟ୍‌ ବ୍ୟାଙ୍କକୁ ଆଜି ଜଣେ ଗ୍ରାହକଙ୍କ ଟଙ୍କା ଜମା କରିବାକୁ ଆସିଥିଲେ। ହେଲେ ସେ ଟଙ୍କା ଜମା କରିବା ବେଳେ ୭ ଖଣ୍ଡ ଜାଲ୍‌ ନୋଟ୍‌ ବାହାରିଥିଲା। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ମୁତାବିକ, ଯୁବକ ଜଣଙ୍କ ହେଉଛନ୍ତି ବାସୁଦେବପର ମୁନିସିପାଲଟି ସ୍ଥିତ ରାଧାନାଥପୁର ଆଡ଼ିଆ ଗ୍ରାମର ରାଜରାମ ବେହେରା। ରାଜରାମ ବ୍ୟାଙ୍କକୁ ୩୬ ହଜାର ଟଙ୍କା ଡିପୋଜିଟ୍‌ କରିବାକୁ ଯାଇଥିଲେ। ହେଲେ ଏହି ଟଙ୍କା ମଧ୍ୟରୁ ୭ ଖଣ୍ଡ ୫୦୦ ଟଙ୍କିଆ ଜାଲ୍‌ ନୋଟ୍‌ ବାହାରିଛି।

ଜାଲ୍‌ ନୋଟ ବାହାରିବା ପରେ ବ୍ରାଞ୍ଚ ମ୍ୟାନେଜର ପୁଲିସକୁ ସୂଚନା ଦେଇଥିଲା। ଘଟଣସ୍ଥଳରେ ପୁଲିସ୍ ପହଁଞ୍ଚି ରାଜାରାମଙ୍କୁ ଥାନାକୁ ନେଇ ଜାଲ୍‌ ନୋଟ୍‌ ସମ୍ପର୍କରେ ପଚରାଉଚରା ଜାରି ରଖିଛି। ପ୍ରାଥମିକ ପଚରାଉଚରାରେ ଏହି ଟଙ୍କା ଧାନ ବିକ୍ରି କରି ସ୍ଵୟଂ ସହାୟିକା ଗୋଷ୍ଠି ନିକଟରୁ ଏହି ଟଙ୍କା ଆଣିଥିବା ରାଜାରାମ କହିଛନ୍ତି।

Leave A Reply

Your email address will not be published.