Odisha Link
Bridging the Missing Links in Odisha

୩ଟି ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ମିିଳିଲା ଜାମିନ୍, ତଥାପି ଜେଲ୍‌ରେ ରହିବ

କଟକ: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସାମାନ୍ୟ ଆଶ୍ବସ୍ତି। ହାଇକୋର୍ଟରୁ ତିନିଟି ମାମଲାରେ ବିଧାୟକଙ୍କୁ ମିଳିଛି ଜାମିନ। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନରେ ରୁଜୁ ତିନିଟି ମାମଲାରେ ଶ୍ରୀ ପାଣିଗ୍ରାହୀଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି ହାଇକୋର୍ଟ। ଏଥିସହିତ ୧୪ ଲକ୍ଷ ଟଙ୍କା ଜମା କରି ଜାମିନରେ ଯିବେ ବୋଲି ହାଇକୋର୍ଟ ସର୍ତ୍ତ ଧାର୍ଯ୍ୟ କରିଛନ୍ତି।

ସୋମବାର ଦିନ ହାଇକୋର୍ଟର ଅବକାଶକାଳୀନ ବିଚାରପତି ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ବର୍ତ୍ତମାନ ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ଆହୁରି ଦୁଇଟି ମାମଲା ଥିବାରୁ ଏହି ୩ଟିରେ ଜାମିନ୍‌ ମିଳିବା ସତ୍ତେ୍ୱ ସେ ଜେଲ୍‌ରୁ ମୁକୁଳି ପାରିବେ ନାହିଁ ବୋଲି ସୂଚନା ରହିଛି।

ବିଧାୟକ ଶ୍ରୀ ପାଣିଗ୍ରାହୀ ଟାଟା ମୋଟର୍‌ କମ୍ପାନୀରେ ଚାକିରି କରାଇଦେବା ନାଁରେ କିଛି ଆଶାୟୀ ପ୍ରାର୍ଥୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲାଞ୍ଚ ନେଇଥିଲେ। ଜଣେ ପ୍ରାର୍ଥୀଙ୍କଠାରୁ ୬ ଲକ୍ଷ ନେଇଥିଲାବେଳେ ଆଉ ଦୁଇ ଜଣ ଆଶାୟୀଙ୍କଠାରୁ ଯଥାକ୍ରମେ ୫ ଲକ୍ଷ ଓ ୩ ଲକ୍ଷ ଟଙ୍କା ନେଇଥିଲେ। ଏ ନେଇ ଗୋଳନ୍ଥରା ଥାନାରେ ପୃଥକ ପୃଥକ ତିନିଟି ମାମଲା ରୁଜୁ ହୋଇଥିଲା।

Leave A Reply

Your email address will not be published.