Odisha Link
Bridging the Missing Links in Odisha

Viral Video: ବରଣମାଳା ପକାଇବା ପୂର୍ବରୁ ଗୁଳି ଫୁଟାଇଲେ କନ୍ୟା

ପ୍ରତାପଗଡ଼: କରୋନା ଯୋଗୁଁ ଆଉ ବାହା ଘରରେ ବାଜୁନି ବାଜା। ନା ଦେଖିବାକୁ ମିଳୁଛି ବରଯାତ୍ରୀଙ୍କ ନାଚ। ହେଲେ କରୋନା କାଳରେ ଏପରି ଏକ ବିବାହ ହୋଇଛି ଯାହାକୁ ନେଇ ଲାଗି ରହିଛି ଚର୍ଚ୍ଚା। ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜେଠଓ୍ବାରା ଥାନା ନିକଟସ୍ଥ ଏକ ଗ୍ରାମରେ ବିବାହ ଉତ୍ସବରେ କନ୍ୟାଜଣକ ଲାଇସେନ୍ସ ପ୍ରାପ୍ତ ଏକ ରିଭଲଓ୍ବରରେ ଗୁଳି ଚଳାଇ ବରଙ୍କୁ ବରଣମାଳା ପିନ୍ଧାଇବାର ଦେଖିବାକୁ ମିଳିଛି। ଲାଲ ଯୋଡ଼ା ପିନ୍ଧିଥିବା ନବବଧୂ ଗୁଳି ଚଳାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଖବର ମୁତାବିକ, ଜେଠଓ୍ବାରା ଥାନାଠାରୁ ପ୍ରାୟ ୩କି.ମି ଦୂରରେ ଥିବା ଏକ ବାହାଘର ହୋଇଥିଲା। ବର କନ୍ୟା ଉଭୟ ଉଭୟଙ୍କୁ ବରଣମାଳା ପିନ୍ଧାଇବା ପାଇଁ ଏକ ଆକର୍ଷଣୀୟ ଭାବେ ମଞ୍ଚ ସାଜସଜ୍ଜା ହୋଇଥଲା। ଯେତେବଳେ କନ୍ୟା ବରଣମାଳା ପିନ୍ଧେଇବାକୁ ମଞ୍ଚ ଉପରକୁ ଉଠୁଥିଲେ ସେତେବେଳେ ପାଖରେ ଥିବା ଜଣେ ବ୍ୟକ୍ତି ତାଙ୍କୁ ଏକ ରିଭଲଭର ଧରାଇ ଦେଇଥିଲେ। ପରେ କନ୍ୟା ଜଣକ ଗୁଳି ଫୁଟାଇ ବରଣମାଳା ପିନ୍ଧାଇଥିଲେ। ପରେ ଉପସ୍ଥିତ ଥିବା ସମସ୍ତ ଲୋକ କରତାଳି ଦେଇ ଖୁସି ମନାଇଥିଲେ।

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ହେଲେ କନ୍ୟା ଜଣଙ୍କ ଗୁଳି ଫୁଟାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅପରପକ୍ଷେ, ସ୍ଥାନୀୟ ଥାନା ଅଧିକାରୀ ଏ ବିଷୟରେ କିଛି ସୂଚନା ପାଇନଥିବା କହିଛନ୍ତି । ଯଦି ଏମିତି ହୋଇଥାଏ ତେବେ ଲାଇସେନ୍ସ ରଦ୍ଦ ପାଇଁ ପଦକ୍ଷେପ ନିଆଯିବ ବୋଲି ମଧ୍ୟ କହିଛନ୍ତି।

Leave A Reply

Your email address will not be published.