Odisha Link
Bridging the Missing Links in Odisha

ଏମ୍ସରେ ଭର୍ତ୍ତି ହେଲେ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ

ନୂଆଦିଲ୍ଲୀ: ମେଡିକାଲରେ ଭର୍ତ୍ତି ହେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ। ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବାରୁ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ଏପ୍ରିଲ ମାସରେ ଶିକ୍ଷାମନ୍ତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲ। ଏହାପରେ ସେ ସୁସ୍ଥ ହୋଇ ଘରକୁ ଫେରିିଥିଲେ। ହେଲେ ପୋଷ୍ଟ କୋଭିଡ ସମସ୍ୟା ଦେଇ ଗତି କରୁଛନ୍ତି ଶିକ୍ଷାମନ୍ତ୍ରୀ।

ଶିକ୍ଷାମନ୍ତ୍ରୀ ଆଜି ସିବିଏସଇ, ଆଇସିଏସି ସମେତ ବହୁ ଷ୍ଟେଟ୍ ବୋଡ୍ ଏବଂ ଦ୍ଵାଦଶ ପରୀକ୍ଷା ଉପରେ ନିଷ୍ପତ୍ତି ଶୁଣାଇଥାନ୍ତେ। ଗତ ମାସରେ କେନ୍ଦ୍ରମନ୍ତ୍ରୀଙ୍କ ବୈଠକରେ ଏହି ମାମଲା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏପରିକି ସବୁ ରାଜ୍ୟ ଗୁଡିକୁ ନିଜ ନିଜ ଉତ୍ତର କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବାକୁ ଏକ ସପ୍ତାହ ସମୟ ଦେଇଥିଲେ।

ସାରା ଦେଶର ଛାତ୍ରଛାତ୍ରୀ ମାନେ ଆଜି ଶିକ୍ଷାମନ୍ତ୍ରୀ ଆଜି ପରୀକ୍ଷାକୁ ନେଇ କିଛି ଆନୁଷ୍ଠାନିକ ଘୋଷଣା କରିଥାନ୍ତେ। ଯାହା ପାଇଁ ଆଜି ସାରା ଦେଶର ଛାତ୍ରଛାତ୍ରୀ ମାନେ ଅପେକ୍ଷା କରିଥିଲେ। ଏବେ ଶିକ୍ଷମାନ୍ତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ଇଥିବାରୁ ଆନୁଷ୍ଠାନିକ ଘୋଷଣା ଆଜି ନହୋଇ ପାରେ ବୋଲି ଚର୍ଚ୍ଚା ହେଉଛି। ଶିକ୍ଷା ମନ୍ତ୍ରଣାଳୟ ଏବେ ସୁପ୍ରିମ କୋର୍ଟଙ୍କ ନିକଟରେ ଜୁନ୍‌ ୩ ମଧ୍ୟରେ ରିପୋର୍ଟ ଦାଖଲ କରିବେ। ତାପରେ ଯାଇ କୌଣସି ନିଷ୍ପତ୍ତି ସାମ୍ନାକୁ ଆସିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Leave A Reply

Your email address will not be published.