Odisha Link
Bridging the Missing Links in Odisha

ପୁଣି ବଢିଲା ତୈଳ ଦର, କେତେ ଜାଣନ୍ତୁ…

ନୂଆଦିଲ୍ଲୀ: ଆଜି ପୁଣି ବଢିଲା ତୈଳ ଦର। ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ହୁହୁ ବଢ଼ିବାରେ ଲାଗୁଛି। କରୋନା ମହାମାରୀ ମଧ୍ୟରେ ଲଗାତାର ଭାବେ ତୈଳ ଦର ବୃଦ୍ଧି ବୋଝ ଉପରେ ନଳୀତା ବିଡା ସଦୃଶ। ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶାର କିଛି ସ୍ଥାନରେ ପେଟ୍ରୋଲ ଦର ଶହେ ଟଙ୍କା ଛୁଇଁଛି। ଏହାରି ମଧ୍ୟରେ ଆଜି ତୈଳ ଦର ବୃଦ୍ଧି ପାଇଛି।

ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୨୬ ପଇସା ବୃଦ୍ଧି ପାଇ ଲିଟର ପିଛା ୯୪.୪୯ ଟଙ୍କା ଥିବା ବେଳେ ଡିଜେଲ ୨୩ ପଇସା ବୃଦ୍ଧି ପାଇ ୮୫.୩୮ ଟଙ୍କା ପ୍ରତି ଲିଟର ରହିଛି।ମୁମ୍ବାଇରେ ପେଟ୍ରୋଲ ଦର ୧୦୦.୪୭ ଟଙ୍କା ରହିଥିବା ବେଳେ ଡିଜେଲ ଦର ଲିଟର ପିଛା ରହିଛି ୯୨.୪୫ ଟଙ୍କା।

ରାଜଧାନୀ ଭୁବନେଶ୍ବରରେ ଆଜି ପେଟ୍ରୋଲ ଦର ୨୬ ପଇସା ବୃଦ୍ଧି ପାଇ ୯୫.୨୮ ଟଙ୍କା ପ୍ରତି ଲିଟର ରହିଥିବା ବେଳେ ଡିଜେଲ ଦର ୨୫ ପଇସା ବୃଦ୍ଧି ପାଇ ୯୩.୦୯ ଟଙ୍କା ରହିଛି।

ଆନ୍ତର୍ଜାତୀକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଉଥିବାରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ବୃଦ୍ଧି ପାଉଥିବା ସୂଚନା ମିଳିଛି।

Leave A Reply

Your email address will not be published.