Odisha Link
Bridging the Missing Links in Odisha

ଗ୍ଲୋବାଲ ଟେଣ୍ଡରକୁ ଝଟକା, ପ୍ରି-ବିଡରେ ସାମିଲ ହେଲେନି ସେରମ ଓ ଭାରତ ବାୟୋଟେକ୍

ଭୁବନେଶ୍ବର: ଗ୍ଲୋବାଲ ଟେଣ୍ଡରରୁ ଓଡ଼ିଶାକୁ କରୋନା ଟିକା ମିଳିବା ନେଇ ସନ୍ଦେହ। କେନ୍ଦ୍ର ମନ୍ତ୍ରୀ ଡ଼ାକ୍ତର ହର୍ଷବର୍ଦ୍ଧନଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଲେଖିଥିବା ଚିଠିରୁ ଏହି ସୂଚନା ମିଳିଛି। ମନ୍ତ୍ରୀ ଲେଖିଛନ୍ତି ରାଜ୍ୟର ଟିକା ଆବଶ୍ୟକତା ପୂରଣ କରିବାକୁ ଗ୍ଲୋବାଲ ଟେଣ୍ଡର ପାଇଁ ପ୍ରି-ବିଡ଼ ମିଟିଂ କରାଯାଇଥିଲା। ମାତ୍ର ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍ ଏଥିରେ ସାମିଲ ହୋଇନଥିଲେ। ରାଜ୍ୟର ଆବଶ୍ୟକତା ଅନୁଯାୟୀ ଏହି ଦୁଇ କମ୍ପାନୀ ଟିକା ଯୋଗାଇ ପାରୁନାହାଁନ୍ତି।

ସେପଟେ ଗ୍ଲୋବାଲ ଟେଣ୍ଡର ଜରିଆରେ ଓଡ଼ିଶା ସରକାର ବିଦେଶୀ କମ୍ପାନୀ ଠାରୁ ଟିକା କିଣିବାକୁ ଚାହୁଁଛନ୍ତି। ହେଲେ ଅନ୍ୟ ରାଜ୍ୟରେ ହୋଇଥିବା ଗ୍ଲୋବାଲ ଟେଣ୍ଡରରେ କେହି ବିଦେଶୀ କମ୍ପାନୀ ରାଜ୍ୟକୁ ଟିକା ଯୋଗାଣ ପାଇଁ ରାଜି ହେଉନଥିବା ଜଣାପଡିଛି।

ମଡ଼ର୍ଣ୍ଣା ଓ ଫାଇଜର ଭଳି ବିଦେଶୀ କମ୍ପାନୀ କେବଳ କେନ୍ଦ୍ର ସରକାରଙ୍କ ସହ ଡ଼ିଲ କରିବାକୁ ଚାହୁଁଛନ୍ତି। ତେଣୁ ମନ୍ତ୍ରୀ ଚିଠିରେ ଲେଖିଛନ୍ତି କେନ୍ଦ୍ର ସରକାର ଏହି କମ୍ପାନୀ ଠାରୁ ଟିକା ଆଣି ରାଜ୍ୟକୁ ଯୋଗାଇ ଦିଅନ୍ତୁ। ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ।

Leave A Reply

Your email address will not be published.