Odisha Link
Bridging the Missing Links in Odisha

କରୋନାର ଦ୍ୱିତୀୟ ଲହର ନେଲାଣି ୫୯୪ ଡାକ୍ତରଙ୍କ ଜୀବନ

ଓଡ଼ିଶାରେ ୨୨ ଜଣ ଡାକ୍ତରଙ୍କ ଜୀବନ ନେଇଛି କରୋନା

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌-୧୯ର ଦ୍ବିତୀୟ ପ୍ରବାହ ନେଲାଣି ୫୯୪ଜଣ ଡାକ୍ତର ପ୍ରାଣ। ଏନେଇ ଆଜି ‘ଦି ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌’ ପକ୍ଷରୁ ଜାରି ଏକ ତଥ୍ୟରେ ସୂଚନା ଦିଆଯାଇଛି। ୫୯୪ଜଣ ଡାକ୍ତରଙ୍କ ମଧ୍ୟରୁ ଦିଲ୍ଲୀରେ ସର୍ବାଧିକ ୧୦୭ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି। ସେହିଭଳି ବିହାରରେ ୯୬ ଓ ଉତ୍ତରପ୍ରଦେଶରେ ୬୭ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି।

ଏଥିସହ ରାଜସ୍ଥାନରେ ୪୩ ଜଣ ଓ ଝାଡଖଣ୍ଡରେ ୩୯ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି। ଆନ୍ଧ୍ର ଓ ତେଲେଙ୍ଗାରେ ୨୫ ଜଣ ପ୍ରାଣ ହରାଇଛନ୍ତି , ପଶ୍ଚିମବଙ୍ଗରେ ୨୫ ଜଣ ପ୍ରାଣ ହରାଇଥିବା ବେଳେ ଓଡ଼ିଶାରେ ୨୨ ଜଣ ଡାକ୍ତରଙ୍କ ଜୀବନ ନେଇଛି କରୋନାର ଦ୍ୱିତୀୟ ଲହର।

କରୋନାରେ ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ଦିନରାତି କାମ କରୁଛନ୍ତି ଡାକ୍ତର। ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଅଧିକ ଘାତକ ଓ ସଂକ୍ରାମକ ହୋଇଛି। କରୋନା ବିରୋଧରେ ସବୁଠୁ ଆଗରେ ରହି ଯୁଦ୍ଧ ଲଢୁଛନ୍ତି ଡାକ୍ତର। ନିଜ ଜୀବନକୁ ପାଣି ଛଡ଼ାଇ ଅତି ନିସ୍ୱାର୍ଥପର ଭାବେ ଏହି ଭୂତାଣୁ କବଳରୁ ରକ୍ଷା କରିବା ପାଇଁ ସେବା ଯୋଗାଇ ଆସୁଛନ୍ତି।

Leave A Reply

Your email address will not be published.