Odisha Link
Bridging the Missing Links in Odisha

ନଗଡାରେ ବାଲ୍ୟ ବିବାହ, ପୁଅକୁ ୧୪ ଝିଅକୁ ୧୩ ବର୍ଷ

 ଯାଜପୁର: ନଗଡାରେ ବାଲ୍ୟ ବିବାହ। ଯାଜପୁର ସୁକିନ୍ଦା ବ୍ଲକ ନଗଡାରେ ବାଲ୍ୟ ବିବାହ ଅଭିଯୋଗ ହୋଇଛି। ଉକ୍ତ ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି ଚାଇଲ୍ଡ ଲାଇନ ସଦସ୍ୟ। ଗତ ୩୦ ତାରିଖରେ ନଗଡାରେ ଏକ ବାଲ୍ୟ ବିବାହ ହୋଇଥିଲା। ତଳନଗଡାର ୧୪ ବର୍ଷୀୟ ପୁଅ ସହ କେନ୍ଦୁଝର ଜିଲ୍ଲାର ୧୩ ବର୍ଷୀୟା ଝିଅଙ୍କୁ ବିବାହ କରାଯାଇଛି।

ବାଲ୍ୟ ବିବାହ ନେଇ ଖବର ପାଇବା ପରେ ଚାଇଲ୍ଡ ଲାଇନ ତରଫରୁ ଉଭୟଙ୍କୁ ଉଦ୍ଧାର କରାଯାଇଛି। ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ହାଜର ପରେ ପୁଅକୁ ବାଳାଶ୍ରମ ଓ ଝିଅକୁ ୱାନ୍ ଷ୍ଟପ୍ କେନ୍ଦ୍ରରେ ରଖାଯାଇଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚାଇଲ୍ଡ ଲାଇନପକ୍ଷରୁ କୁହାଯାଇଛି।

ନଗଡା ଅଞ୍ଚଳରେ ପୂର୍ବରୁ ମଧ୍ୟ ଅନେକ ବାଲ୍ୟ ବିବାହ ଦେଖାଦେଇଛି। ସଚେତନତା ସତ୍ତ୍ବେ ମଧ୍ୟ ସ୍ଥାନୀୟ ବାସିନ୍ଦା ସଜାଗ ହେଉନାହାନ୍ତି। ଫଳରେ ବାଲ୍ୟ ବିବାହର ପରି ଘଟଣା ସାମ୍ନାକୁ ଆସୁଛି।

Leave A Reply

Your email address will not be published.