Odisha Link
Bridging the Missing Links in Odisha

ରାଜ୍ୟରେ ପିକ୍ ଅତିକ୍ରମ କରିସାରିଛି କରୋନା: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ୱାର୍ଡ ବ୍ୟବସ୍ଥା କରାଯାଇଛି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଏବେ ତଳମୁହାଁ। ବର୍ତ୍ତମାନ ରାଜ୍ୟରେ ଗୁରୁତର ରୋଗୀଙ୍କ ସଂଖ୍ୟା କମିବାରେ ଲାଗିଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ପିକ୍ ଅତିକ୍ରମ କରିସାରିଛି। ସ୍ଥିତି ତଳମୁହାଁ ହେଉଛି। ବର୍ତ୍ତମାନ ଦେଶରେ ସଂକ୍ରମଣ ଖସୁଛି।

ଅନ୍ୟ ରାଜ୍ୟରେ ଯେତେବେଳେ ଅଧିକ ଥିଲା ଆମର ଅଧିକ ନଥିଲା। ଆମ ରାଜ୍ୟରେ ବିଳମ୍ବରେ ସଂକ୍ରମଣ ବଢିଥିବାରୁ ଏବେ ଖସୁଛି। ଅନ୍ୟ ରାଜ୍ୟ ଅପେକ୍ଷା ଆମ ରାଜ୍ୟରେ ମୃତ୍ୟ ସଂଖ୍ୟା ସବୁଠୁ କମ। ମେ ମାସରେ ଅଧିକ ଗୁରୁତର ରୋଗୀ ଥିବାରୁ ଅଧିକ ମୃତ୍ୟୁ ହେଉଛି। ସମ୍ପୂର୍ଣ୍ଣ ଡାଟା ଦେଖିଲେ ଆମର ସଂଖ୍ୟା ବହୁତ କମ୍।

ସେହିପରି ବର୍ତ୍ତମାନ ରାଜ୍ୟରେ ଗୁରୁତର ରୋଗୀଙ୍କ ସଂଖ୍ୟା କମୁଛି। ଅଧିକ ଡାକ୍ତରଖାନାରେ ବେଡ଼ ଖାଲି ହେଉଛି। ତୃତୀୟ ଲହର ପାଇଁ ପ୍ରସ୍ତୁତି ଚାଲିଛି। ସ୍ୱତନ୍ତ୍ର ଟାସ୍କ ଫୋର୍ସ କରାଯାଇଛି। ଯାହା ପରାମର୍ଶ ମିଳିବ ସେହି ଅନୁସାରେ ବ୍ୟବସ୍ଥା କରାଯିବ। ଜୁନରେ ଖସିବା ଆରମ୍ଭ କରୁଛି କରୋନା। ଆହୁରି କମିବ ବୋଲି ଆଶା କରାଯାଉଛି। ଡୋର ଟୁ ଡୋର ସର୍ଭେ ଆରମ୍ଭ ହୋଇଛି। ଆଇସିଏମଆର ଗାଇଡଲାଇନ୍‌ ଅନୁସାରେ ଅଧିକ ଆଣ୍ଟିଜେନ ଟେଷ୍ଟ ଉପରେ ଗୁରୁତ୍ୱ ଦିଆଯାଉଛି। ଗ୍ରାମାଞ୍ଚଳକୁ କଭର କରିବାକୁ ହେଲେ ଅଧିକ ଆଣ୍ଟିଜେନ ଟେଷ୍ଟ କରାଯିବ।

ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ୱାର୍ଡ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମେଡିକାଲ କଲେଜ ଓ ହସପିଟାଲରେ ସ୍ବତନ୍ତ୍ର ୱାର୍ଡ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ରାଜ୍ୟରେ ୪୧ ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିକିତ୍ସାଧୀନ ଅଛନ୍ତି। ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

Leave A Reply

Your email address will not be published.