Odisha Link
Bridging the Missing Links in Odisha

ପ୍ରାକୃତିକ ଉପାୟରେ ଇମ୍ୟୁନିଟି ବୃଦ୍ଧି ପାଇଁ ଦିଲ୍ଲୀ ସରକାରଙ୍କ ନୂଆ ଯୋଜନା

ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ବର୍ତ୍ତମାନ ଟିକାକରଣ ଓ ଇମ୍ୟୁନିଟି ପାୱାର ବଢାଇବାକୁ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ମହାମାରୀରେ ଅଧିକ ସଂକ୍ରମିତ ହୋଇଥିବା ଦିଲ୍ଲୀବାସୀଙ୍କ ଇମ୍ୟୁନିଟି ଶକ୍ତି ବଢାଇବାକୁ ସରକାର ଏବେ ନୂଆ ଯୋଜନା ଗ୍ରହଣ କରିବାକୁ ଯାଉଛନ୍ତି।

ଏଥିପାଇଁ ଦିଲ୍ଲୀ ସରକାର ଏକ ଯୋଜନା ଗ୍ରହଣ କରିଛନ୍ତି, କରୋନାରୁ ଲଢୁଥିବା ପ୍ରତିରୋଧକ ଔଷଧ ଯୁକ୍ତ ଗଛକୁ ସମଗ୍ର ସହରରେ ଲଗାଯିବ। ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏକ ବିରାଟ ବୃକ୍ଷରୋପଣ ଅଭିଯାନର ଆୟୋଜନ କରାଯାଉଛି। ଲକଡାଉନ ଯୋଗୁଁ ୫ ଜୁନରୁ ଏହାର ଆରମ୍ଭ କରାଯିବ। ଏହି ସମୟରେ ଲୋକମାନଙ୍କୁ ରୋଗପ୍ରତିରୋଧକ କ୍ଷମତା ବଢାଉଥିବା ଔଷଧଯୁକ୍ତ ଗଛ ଲାଗଇବାକୁ ପ୍ରୋତ୍ସାହିତ କରାଯିବ।

ଏହାକୁ ନେଇ ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ, ଦିଲ୍ଲୀରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ସବୁଆଡେ ଚର୍ଚ୍ଚା ହେଉଛି। ଏହାର ପଛର ବଡ କାରଣ ହେଉଛି, ଏହି ଗଛ କରୋନା ପାଇଁ ବ୍ରହ୍ମାସ୍ତ୍ର ପରି କାମ କରିବ। ଅନ୍ୟପଟେ ଚଳିତ ବର୍ଷ ଦିଲ୍ଲୀ ସରକାର ୩୩ ଲକ୍ଷ ଗଛ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରାକୃତିକ ଉପାୟରେ ଇମ୍ୟୁନିଟି ପାୱାର ବା ପ୍ରତିରୋଧକ ଶକ୍ତି ବଢାଇବାକୁ ସରକାର ପ୍ରୟାସ କରୁଛନ୍ତି।

Leave A Reply

Your email address will not be published.