Odisha Link
Bridging the Missing Links in Odisha

ରାଜ୍ୟରେ ଦିନକରେ ୬୦୯୭ ଆକ୍ରାନ୍ତ ଚିହ୍ନଟ, ୪୪ ମୃତ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି। କିନ୍ତୁ କରୋନା ଜନିତ ମୃତ୍ୟୁସଂଖ୍ୟା ଥମିବାର ନାଁ ନେଉନି। ଗତ ୨୪ ଘଣ୍ଟା ମଧ୍ୟରେ ୬୦୯୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬୦୯୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୪୪୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୬୫୧ଟି ହେଉଛି ଲୋକାଲ୍ କେସ୍‌। ଏଥିସହ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୯୫ଜଣ, ବାଲେଶ୍ୱର ଜିଲ୍ଲାରୁ ୩୯୨ଜଣ, ବରଗଡ଼ ଜିଲ୍ଲାରୁ ୧୦୭ଜଣ, ଭଦ୍ରକ ଜିଲ୍ଲାରୁ ୨୪୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୭୭ଜଣ, ବୌଦ୍ଧ ଜିଲ୍ଲାରୁ ୧୩୦ଜଣ, କଟକ ଜିଲ୍ଲାରୁ ୬୪୭ଜଣ, ଦେଓଗଡ଼ ଜିଲ୍ଲାରୁ ୨୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୩ଜଣ, ଗଜପତି ଜିଲ୍ଲାରୁ ୪୮ଜଣ, ଗଞ୍ଜାମ ଜିଲ୍ଲାରୁ ୪୫ଜଣ, ଜଗତସିଂହପୁର ଜିଲ୍ଲାରୁ ୨୨୬ଜଣ, ଯାଜପୁର ଜିଲ୍ଲାରୁ ୪୩୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୨ଜଣ, କଳାହାଣ୍ଡି ଜିଲ୍ଲାରୁ ୭୭ଜଣ, କନ୍ଧମାଳ ଜିଲ୍ଲାରୁ ୧୧୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୫୩ଜଣ, କେନ୍ଦୁଝର ଜିଲ୍ଲାରୁ ୧୨୩ଜଣ ରହିଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ୧୦୧୭ଜଣ, କୋରାପୁଟ ଜିଲ୍ଲାରୁ ୧୨୬ଜଣ, ମାଲକାନଗିରି ଜିଲ୍ଲାରୁ ୮୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୯୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୪୬ଜଣ, ନୟାଗଡ଼ ଜିଲ୍ଲାରୁ ୧୨୦ଜଣ, ନୂଆପଡ଼ା ଜିଲ୍ଲାରୁ ୧୭ଜଣ, ପୁରୀ ଜିଲ୍ଲାରୁ ୨୯୧ଜଣ, ରାୟଗଡ଼ା ଜିଲ୍ଲାରୁ ୧୨୦ଜଣ, ସମ୍ବଲପୁର ଜିଲ୍ଲାରୁ ୧୦୧ଜଣ, ସୋନପୁର ଜିଲ୍ଲାରୁ ୬୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୦୮ଜଣ , ଷ୍ଟେଟ୍‌ ପୁଲ୍‌ରୁ ୧୫୧ଜଣ ରହିଛନ୍ତି ।

ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫ଜଣ ରହିଥିବା ବେଳେ ଅନୁଗୁଳ , ବରଗଡ଼ , କଟକ, ଝାରସୁଗୁଡ଼ା ଜିଲ୍ଲାରୁ ୪ଜଣ ଲେଖାଏଁ ରହିଛନ୍ତି । ସେହିପରି କଳାହାଣ୍ଡି , ସୁନ୍ଦରଗଡ଼, ପୁରୀ, ରାୟଗଡ଼ା ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ବଲାଙ୍ଗୀର , ବୌଦ୍ଧ , ମୟୁରଭଞ୍ଜ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । ଦେଓଗଡ଼, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ସମ୍ବଲପୁରରୁ ଜଣେ ଲେଖାଏଁ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୩୭୨୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୯୩୩୩ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭୬୪୬୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥି ସହିତ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୧୬୭ରେ ପହଞ୍ଚିଥିବା ବେଳେ ଅନ୍ୟ ରୋଗ ଯୋଗୁଁ ୫୩ଜଣଙ୍କ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୨୪୫୭୬୦୬ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Leave A Reply

Your email address will not be published.