Odisha Link
Bridging the Missing Links in Odisha

ରାଜ୍ୟରେ କମୁଛି ସଂକ୍ରମଣ, ଦିନକରେ ୪୪୬୯ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର। କରୋନା ଟେଷ୍ଟ ଦିନକୁ ଦିନ ବଢ଼ୁଥିବା ବେଳେ ରାଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୨୫୪୬ ଜଣ କ୍ବାରାଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୯୨୩ ଜଣ ସ୍ଥାନୀୟ ବାସିନ୍ଦା ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୫୧,୭୮୨ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଉଛି।

ରାଜ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୨୬ଜଣ, ବାଲେଶ୍ୱର ଜିଲ୍ଲାରୁ ୩୧୮ଜଣ, ବରଗଡ଼ ଜିଲ୍ଲାରୁ ୮୫ଜଣ, ଭଦ୍ରକ ଜିଲ୍ଲାରୁ ୧୬୫ଜଣ, ବଲାଙ୍ଗୀର ଜିଲ୍ଲାରୁ ୫୬ଜଣ, ବୌଦ୍ଧ ଜିଲ୍ଲାରୁ ୯୦ଜଣ, କଟକ ଜିଲ୍ଲାରୁ ୪୧୩ଜଣ, ଦେଓଗଡ଼ ଜିଲ୍ଲାରୁ ୨୩ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୫୨ଜଣ, ଗଜପତି ଜିଲ୍ଲାରୁ ୨୬ଜଣ, ଗଞ୍ଜାମ ଜିଲ୍ଲାରୁ ୪୩ଜଣ, ଜଗତସିଂହପୁର ଜିଲ୍ଲାରୁ ୧୪୦ଜଣ, ଯାଜପୁର ଜିଲ୍ଲାରୁ ୩୭୦ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୭ଜଣ, କଳାହାଣ୍ଡି ଜିଲ୍ଲାରୁ ୯୨ଜଣ, କନ୍ଧମାଳ ଜିଲ୍ଲାରୁ ୨୮ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୯ଜଣ, କେନ୍ଦୁଝର ଜିଲ୍ଲାରୁ ୯୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬୧୨ଜଣ, କୋରାପୁଟ ଜିଲ୍ଲାରୁ ୮୭ଜଣ, ମାଲକାନଗିରି ଜିଲ୍ଲାରୁ ୭୫ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୧୬ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୧୮ଜଣ, ନୟାଗଡ଼ ଜିଲ୍ଲାରୁ ୧୨୮ଜଣ, ନୂଆପଡ଼ା ଜିଲ୍ଲାରୁ ୧୪ଜଣ, ପୁରୀ ଜିଲ୍ଲାରୁ ୨୪୩ଜଣ, ରାୟଗଡ଼ା ଜିଲ୍ଲାରୁ ୧୩୭ଜଣ, ସମ୍ବଲପୁର ଜିଲ୍ଲାରୁ ୬୧ଜଣ, ସୋନପୁର ଜିଲ୍ଲାରୁ ୬୦ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୩ଜଣ, ଷ୍ଟେଟ୍‌ ପୁଲ୍‌ରୁ ୧୦୬ଜଣ ରହିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮,୫୧,୭୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୯,୩୬୧ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭,୮୯,୦୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.