Odisha Link
Bridging the Missing Links in Odisha

ଆଂଶିକ କୋହଳ ବେଳେ କ’ଣ ଖୋଲା, କ’ଣ ବନ୍ଦ ରହିବ ଜାଣନ୍ତୁ…

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିବାରୁ ଲକଡାଉନ କଟକଣାକୁ ଆଂଶିକ କୋହଳ କରାଯାଇଛି। ଆସନ୍ତାକାଲି ସକାଳ ୫ଟା ପରଠାରୁ ରାଜ୍ୟରେ ଆଂଶିକ ଲକଡାଉନ ଲାଗୁ କରାଯିବ।  ଏନେଇ ଆଜି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଜୁଲାଇ ୧ ତାରିଖ ସକାଳ ୫ଟା ଯାଏଁ ଆଂଶିକ ଲକଡାଉନ ଜାରି ରହିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ୧୭ ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ଖୋଲିବାକୁ ଅନୁମତି ମିଳିଛି।୧୩ ଜିଲ୍ଲାରେ ସକାଳ ୬ରୁ ଦିନ ଗୋଟାଏ ଯାଏଁ ଦୋକାନ ଖୋଲିବାକୁ ଅନୁମତି ମିଳିଛି।

ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଓଡ଼ିଶାର ଜିଲ୍ଲାକୁ ୨ଟି ଭାଗରେ ବିଭକ୍ତ କରିଛନ୍ତି।  ୫ ପ୍ରତିଶତରୁ କମ ସଂକ୍ରମଣ ଥିବା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାକୁ କାଟାଗୋରୀ ‘ଏ’ରେ ରଖାଯାଇଛି। ଅଭିଭକ୍ତ ସୁନ୍ଦରଗଡ଼, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗିର,  ଅଭିଭକ୍ତ କରୋପୁଟ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାକୁ କାଟାଗୋରୀ ‘ଏ’ରେ ରଖାଯାଇଛି।

ଏସବୁ ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୫ଟା ଯାଏଁ ଦୋକାନ ଖୋଲା ରହିବ। କେବଳ ମଲ, ଜିମ, ସେଲୁନ ଓ ସ୍ପା ଆଦି ପୂର୍ବପରି ବନ୍ଦ ରହିବ। ଉଠା ଦୋକାନୀମାନେ ରାସ୍ତାକଡ଼ରେ ଖାଦ୍ୟ ଜିନିଷ ବିକ୍ରି କରିପାରିବେ ବୋଲି ଘୋଷଣା କରାଯାଇଛି।

କଟକ, ପୁରୀ ଓ ବାଲେଶ୍ୱର ଆଦି ଜିଲ୍ଲାକୁ କାଟୋଗୋରୀ ‘ବି’ରେ ରଖାଯାଇଛି। ଏସବୁ ଜିଲ୍ଲାରେ ସକାଳ ୬ରୁ ଦିନ ୧ଟା ଦୋକାନ ଖୋଲା ରହିବ। ଏସବୁ ଜିଲ୍ଲାରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ନିର୍ମାଣ ସାମଗ୍ରୀ ଦୋକାନ, ଇଲେକ୍ଟି୍ର ଦୋକାନ ଆଦି ଖୋଲା ରହିବ। ସ୍ୱାସ୍ଥ୍ୟସେବା ସମ୍ପର୍କିତ  ଦୋକାନ ଓ କୃଷି ଉପକରଣ ଦୋକାନ ଖୋଲା ରହିବ। ଦୁଗ୍ଧ ଚାଷୀଙ୍କ ହୀତ ପାଇଁ ସାରା ରାଜ୍ୟରେ ମିଠା ଦୋକାନ ଖୋଲିବ। ସେହିପରି ସକାଳ ୬ରୁ ୯ଯାଏଁ ରାଜ୍ୟରେ ମର୍ଣ୍ଣିଂ ୱାକ ପାଇଁ ଅନୁମତି ଦିଆଯାଇଛି।

Leave A Reply

Your email address will not be published.