Odisha Link
Bridging the Missing Links in Odisha

ଗଙ୍ଗାନଦୀରୁ ନବଜାତ ଶିଶୁକନ୍ୟା ଉଦ୍ଧାର, ଲାଳନପାଳନ କରିବେ ୟୁପି ସରକାର

ଗାଜିପୁର: ପବିତ୍ର ଗଙ୍ଗା ନଦୀରୁ ଏକ କାଠ ବାକ୍ସରେ ଏକ ନବଜାତ ଶିଶୁକନ୍ୟାକୁ ଜଣେ ନାବିକ ଉଦ୍ଧାର କରିଛନ୍ତି। କାଠ ବାକ୍ସରେ ଥିବା ସାମଗ୍ରୀକୁ ଦେଖି ଆଶ୍ଚର୍ଯ୍ୟ ଓ ଚକିତ ହୋଇ ଯାଇଥିଲା ନାବିକ। ଗାଜିପୁରର ଗଙ୍ଗା ନଦୀରେ ନାବିକ ଜଣକ ଯାଉଥିବା ବେଳେ ଏକ କାଠ ବାକ୍ସ ପାଇଥିଲେ ଯେଉଁଥିରେ ଏକ ନବଜାତ ଶିଶୁକନ୍ୟା ସହ ବାକ୍ସରେ ଖଣ୍ଡେ ଚିଟାଉ, ମାଆ ଦୁର୍ଗାଙ୍କର ଏକ ଫଟୋ, ଜାତକ ଏବଂ ଧୂପକାଠି ନାବିକ ଜଣକ ପାଇଛନ୍ତି।

ବାକ୍ସରୁ ଖଣ୍ଡେ କାଗଜରେ ଲେଖାଯାଇଥିବା ଚିଠି ମଧ୍ୟ ଉଦ୍ଧାର କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେହି ଚିଠିରେ କନ୍ୟାର ନାଁ ଗଙ୍ଗାପୁତ୍ରୀ ବୋଲି ଲେଖାଯାଇଥିଲା। ଆଉ ଏହି ଘଟଣା କ୍ଷଣକ ମଧ୍ୟରେ ସାରା ଅଂଚଳରେ ବ୍ୟାପି ଯାଇଥିଲା। ନବଜାତକୁ ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଗହଳି ମଧ୍ୟ ଲାଗିଛି।

ସ୍ଥାନୀୟ ଅଞ୍ଚଳର ଗୁଲ୍ଲୁ ଚୌଧୁରୀ ନାମରେ ଜଣେ ନାବିକ ଏହି ନବଜାତ ଶିଶୁକୁ ଘରକୁ ନେଇଯାଇଛନ୍ତି। ପୋଲିସକୁ ସୂଚନା ମିଳିବା ପରେ ଶିଶୁକୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ପୋଲିସର କହିବା ଅନୁସାରେ, ନଦୀରେ ଭାସିଯାଉଥିବା ସମୟରେ ଦାଦ୍ରିଘାଟରେ ଗୁଲ୍ଲୁ ନାମକ ଜଣେ ନାବିକ କାଠବାକ୍ସରେ ଭାସିଯାଉଥିବା ଛୁଆର କାନ୍ଦଣା ଶୁଣି ତାକୁ ଉଦ୍ଧାର କରିଛନ୍ତି। ହେଲେ ନଦୀରେ ଏପରି ଅବସ୍ଥାରେ ଛୋଟ ପିଲାକୁ କିଏ ଭସାଇଲା ତାହାର କୌଣସି ସୂଚନା ମିଳିନାହିଁ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ ଅବଗତ ହେବା ପରେ ନାବିକ ଜଣଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି। କହିଛନ୍ତି, ନଦୀରେ ଭାସିଯାଉଥିବା ଶିଶୁକନ୍ୟାକୁ ଉଦ୍ଧାର କରିଥିବା ବ୍ୟକ୍ତିଙ୍କୁ ହୃଦୟରୁ ଧନ୍ୟବାଦ। ଏମିତି ମହାନ କାମ୍‌ ବହୁତ କମ୍‌ ଲୋକ କରନ୍ତି। ପିଲାଟିର ଲାଳନପାଳନର ସମସ୍ତ ଖର୍ଚ୍ଚ ଓ ଦାୟିତ୍ୱ ୟୁପି ସରକାର ବହନ କରିବେ ବୋଲି ଯୋଗୀ ସ୍ପଷ୍ଟ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ପିଲାଟି ମେଡ଼ିକାଲରେ ଥିବା ଜଣାପଡ଼ିଛି। ଜିଲ୍ଲା ମାଜିଷ୍ଟ୍ରେଟ୍‌ ମଙ୍ଗଳପ୍ରସାଦ ସିଂହ ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ଡାକ୍ତରଖାନା ଯାଇ ଛୁଆଟିର ସ୍ୱାସ୍ଥ୍ୟବସ୍ଥା ବିଷୟ ପଚାରି ବୁଝିଛନ୍ତି। ଜଣାଇବା ଛୁଆକୁ ନିଜ ଝିଅ ଭାବରେ ଗ୍ରହଣ କରିବାକୁ ନାବିକ ଜଣକ ଇଚ୍ଛାପ୍ରକା କରିଛନ୍ତି ଏବଂ ଏନେଇ ସେ ଜିଲ୍ଲା ପ୍ରଶାସନକୁ ଅନୁରୋଧ ମଧ୍ୟ କରିଛନ୍ତି।

Leave A Reply

Your email address will not be published.