Odisha Link
Bridging the Missing Links in Odisha

ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ, ଚାଲିଛି ଶ୍ରୀଜିଉଙ୍କ ଜ୍ବର ଉପଚାର

ପୁରୀ: ସରିଲା ଶ୍ରୀଜିଉଙ୍କ ସ୍ନାନଯାତ୍ରା। ୧୫ ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଅନୁଷ୍ଠିତ ହେବ ଅନବସରକାଳୀନ ଗୁପ୍ତ ପୂଜା। ଏହି ସମୟରେ ଶ୍ରୀମନ୍ଦିରରେ ପଟିଦିଅଁଙ୍କୁ ପୂଜାର୍ଚ୍ଚନା କରାଯାଏ । ଜଗମୋହନରେ ବିଜେ ହୋଇଥାନ୍ତି ପଟିଦିଅଁ ।

ଏଣୁ ଗୁରୁବାର ବିଳମ୍ବିତ ରାତିରେ ଶ୍ରୀମନ୍ଦିରକୁ ବିଜେ ହୋଇଛନ୍ତି ପଟିଦିଅଁ । ଶ୍ରୀବିଗ୍ରହ ପହଣ୍ଡି ହୋଇ ଅଣସର ପିଣ୍ଡିରେ ବିଜେ ହେବାପରେ ଅଣସର ତାଟି ସମ୍ମୁଖରେ ପଟିଦିଅଁ ପୂଜା ପାଇଥାନ୍ତି ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀ ନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀ ଓ ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ପଟିଦିଅଁ ରୂପେ ପୂଜିତ । ଶ୍ରୀ ନାରାୟଣଙ୍କ ସମ୍ମୁଖରେ ମଦନମୋହନ ଓ କୃଷ୍ଣ ବିଗ୍ରହ, ମା’ ଭୁବନେଶ୍ୱରୀଙ୍କ ସମ୍ମୁଖରେ ଭୂଦେବୀ ଓ ଶ୍ରୀଦେବୀ ଏବଂ ଶ୍ରୀ ଅନନ୍ତ ବାସୁଦେବଙ୍କ ସମ୍ମୁଖରେ ଦୋଳଗୋବିନ୍ଦ ଓ ଶ୍ରୀନୃସିଂହଙ୍କ ପ୍ରତିମୂର୍ତ୍ତି ଅଧିଷ୍ଠିତ।

Leave A Reply

Your email address will not be published.