Odisha Link
Bridging the Missing Links in Odisha

ଏଟିଏମରୁ ୩୪ଲକ୍ଷ ଟଙ୍କା ହଡ଼ପ

ରାଉରକେଲା: ଏଟିଏମରୁ ୩୪ଲକ୍ଷ ଟଙ୍କା ହଡ଼ପ। ବ୍ୟାଙ୍କ ଏଟିଏମର ପାସୱାର୍ଡ ସଂଗ୍ରହ କରି ୪ଟି ବ୍ୟାଙ୍କ ଏଟିଏମରୁ ୩୪ଲକ୍ଷ ଟଙ୍କା ହଡ଼ପ ହୋଇଛି। ଏହି ଅଭିଯୋଗରେ ରାଉରକେଲା ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ଏଟିଏମରେ ଟଙ୍କା ଭର୍ତ୍ତି କରୁଥିବା ଘରୋଇ କମ୍ପାନୀର କର୍ମଚାରୀ ବୋଲି ଜଣାପଡିଛି।

ସୂଚନା ମୁତାବକ, ରାଇଟର୍ସ ପ୍ରାଇଭେଟ ଲିମିଟେଡ଼ ନାମକ ଏକ କମ୍ପାନୀ ବିଭିନ୍ନ ବ୍ୟାଙ୍କ ଏଟିଏମରେ ଟଙ୍କା ଭର୍ତ୍ତି କରିବାର କଣ୍ଟ୍ରାକ୍ଟ ନେଇଥିଲେ। ଗିରଫ ବ୍ୟକ୍ତି ଜଣକ ଆଉ ଜଣେ କର୍ମଚାରୀଙ୍କ ସହ ମିଶି ଏଟିଏମରେ ଟଙ୍କା ଭର୍ତ୍ତି କରନ୍ତି। ଅଭିଯୁକ୍ତ କୌଣସି ପ୍ରକାରେ ଅନ୍ୟ ବ୍ୟକ୍ତିଙ୍କ ପାସୱାର୍ଡ ହାସଲ କରି ପର୍ଯ୍ୟାୟ କ୍ରମେ ଏକ ବର୍ଷ ହେଲା ସହରର ୪ଟି ଏଟିଏମରୁ ୩୪ଲକ୍ଷ ଟଙ୍କା ହଡ଼ପ କରିଛନ୍ତି।

ଏ ବାବଦରେ ରାଉରକେଲା ସେକ୍ଟର – ୧୯, ସେକ୍ଟର -୭, ଛେଣ୍ଡ ଥାନା ଏବଂ ରେଳବାଇ ଅଞ୍ଚଳର ଅନ୍ୟ ଏକ ଥାନାରେ ମାମଲା ରଜ୍ଜୁ ହୋଇଛି। ଏହି ଟଙ୍କା ହଡ଼ପ ଘଟଣାରେ ଅନ୍ୟ କେଉଁମାନେ ଅଛନ୍ତି ପୁଲିସ ଅଧିକ ତଦନ୍ତ ଜାରି ରଖିଛିl

Leave A Reply

Your email address will not be published.