Odisha Link
Bridging the Missing Links in Odisha

ଆଜି ଶ୍ରୀଜିଉଙ୍କୁ ଫୁଲରୀ ତେଲ ଲାଗି

ପୁରୀ: ଆଜି ଶ୍ରୀଜିଉଙ୍କ ଫୁଲରୀ ତେଲ ଲାଗି ନୀତି ଅଣସର ପିଣ୍ଡିରେ ସମ୍ପାଦନ ହେବ। ଗତକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଅଣସର ନୀତିର ଅନ୍ୟତମ ଅତି ଗୋପନୀୟ ନୀତି ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ଫିଟା ସମ୍ପାଦନ କରିଥିଲେ ଦଇତାପତି ସେବକ। ଶ୍ରୀଅଙ୍ଗ ଫିଟା ନୀତି ସଂପନ୍ନ ହୋଇଥିବା ବେଳେ ଆଜି ଶ୍ରୀଜିଉଙ୍କ ଫୁଲରୀ ତେଲ ଲାଗି ନୀତି ହେବ। ଏଥିପାଇଁ ସେବକ ମାନେ ଲାଗିଛନ୍ତି କାମରେ।

ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କୁ ୧୦୮ ଗରା ଅଧିବାସିତ ଜଳ ଲାଗିହୋଇଥିଲା। ଏହାର ପ୍ରଭାବରେ ଚତୁର୍ଦ୍ଧାମୂର୍ତ୍ତୀ ଜ୍ୱରରେ ପଡ଼ିଛନ୍ତି। ଜ୍ୱର ପ୍ରଭାବରେ ଶ୍ରୀବିଗ୍ରହଙ୍କ ଶରୀର ପୀଡ଼ା ହେଉଛି। ଏହି ପୀଡ଼ା ନିବାରଣ ପାଇଁ ରାଜବୈଦ୍ୟଙ୍କ ପରାମର୍ଶରେ ମହାପ୍ରଭୁଙ୍କୁ ଔଷଧୀୟ ତୈଳ (ଫୁଲରୀ ତେଲ) ମାଲିସ ହେବ। ଏହି ତେଲ ବଡ଼ ଓଡ଼ିଆ ମଠରୁ ଆସିବ। ଆୟୁର୍ବେଦୀୟ ଜଡ଼ିବୁଟିରେ ପ୍ରସ୍ତୁତ ଫୁଲରୀ ତେଲ ମାଲିସ ପରେ ଠାକୁରମାନେ ସୁସ୍ଥ ହେବେ।

ସୂଚନାଥାଉକି, ଜୁଲାଇ ୧୨ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥାଯାତ୍ରା ଅନୁଷ୍ଠିତ ହେବ। ମହାମାରୀ କରୋନା ଯୋଗୁଁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହେବ ରଥଯାତ୍ରା। ଏଥିପାଇଁ ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ।