Odisha Link
Bridging the Missing Links in Odisha

ଭାରତର ମନ୍ତ୍ରୀ ହେଲେ ବାଂଲାଦେଶୀ! ଭାଇରାଲ୍ ହେଉଛି ଫେସବୁକ ପୋଷ୍ଟ

୩୫ ବର୍ଷ ବୟସରେ ମନ୍ତ୍ରୀ ହୋଇ ଚର୍ଚ୍ଚାରେ ଥିବା ନିଶିଥ ପରମାଣିଙ୍କ ଜନ୍ମସ୍ଥାନକୁ ନେଇ ବିବାଦ ଦେଖାଯାଇଛି। ଏକ ଫେସବୁକ୍‌ ପେଜରେ ଦାବି କରାଯାଇଛି ଯେ, ନିଶିଥ ବାଂଲାଦେଶର ଗାଇବନ୍ଧ ଅଞ୍ଚଳର। ଏନେଇ ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେରେ ପ୍ରକାଶ ପାଇଛି।

ନୂଆଦିଲ୍ଲୀ: ବୁଧବାର ହୋଇଥିଲା ଟିମ୍‌ ମୋଦୀର ନବକଳେବର। ଆଉ ସେଦିନ ମୋଦୀ କ୍ୟାବିନେଟରେ ସର୍ବକନିଷ୍ଠ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ୩୫ ବର୍ଷୀିୟ ନିଶିଥ ପରମାଣିକ। ସେ ଗୃହ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଯାହାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା। ମନ୍ତ୍ରୀ ପଦ ପାଇବା ପରେ ନିଶିତ ବିବାଦ ଘେରକୁ ଆସିଛନ୍ତି।

୩୫ ବର୍ଷ ବୟସରେ ମନ୍ତ୍ରୀ ହୋଇ ଚର୍ଚ୍ଚାରେ ଥିବା ନିଶିଥ ପରମାଣିଙ୍କ ଜନ୍ମସ୍ଥାନକୁ ନେଇ ବିବାଦ ଦେଖାଯାଇଛି। ଏକ ଫେସବୁକ୍‌ ପେଜରେ ଦାବି କରାଯାଇଛି ଯେ, ନିଶିଥ ବାଂଲାଦେଶର ଗାଇବନ୍ଧ ଅଞ୍ଚଳର। ଏନେଇ ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେରେ ପ୍ରକାଶ ପାଇଛି।

‘ପୂଜାର ମାଲା’ ନାମକ ଏକ ଫେସବୁକ୍‌ ପେଜର ଏକ ପୋଷ୍ଟ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ନିଶିଥ ପରମାଣିକ ବାଂଲାଦେଶର ଗାଇବନ୍ଧ ଜିଲ୍ଲାର ହରିନାଥପୁର ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିଲେ ବୋଲି ଲେଖାଯାଇଛି। ଯାହାକୁ ନେଇ ବେଙ୍ଗଲ ରାଜନୀତି ସରଗରମ। ଟିଏମସି ନେତା ପାର୍ଥ ପ୍ରତିମ ରୟ ପରମାଣିକଙ୍କ ଜନ୍ମସ୍ଥାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ସେ କହିଛନ୍ତି ଯେ, ନିଶିଥ ପରମାଣିକ ଭାରତରେ ନା ବାଂଲାଦେଶରେ ଜନ୍ମ ଗ୍ରହଣ କରିଛନ୍ତି। ଏନେଇ ନିଶିଥ ସାମ୍ନାକୁ ଆସି ପ୍ରତିକ୍ରିୟା ରଖିବା ଉଚିତ୍। ଯଦି ଏହି ଭାଇରାଲ ପୋଷ୍ଟଟି ଭୁଲ୍‌ ହୋଇଥାଏ ତେବେ ଫେସବୁକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନ୍ତୁ ବୋଲି ଶ୍ରୀ ରୟ କହିଛନ୍ତି।

ସୂଚନାଯୋଗ୍ୟ, ବିସିଏ ଡିଗ୍ରୀ ହାସଲକାରୀ ନିଶିଥ ନିଜର ରାଜନୈତିକ ଜୀବନ ତୃଣମୂଳ କଂଗ୍ରେସରୁ ଆରମ୍ଭ କରିଥିଲେ। ଟିଏମସିରେ ତାଙ୍କ ପରିଚୟ ଜଣେ ଯୁବ ନେତାଙ୍କ ରୂପେ ଥିଲା। ୧୯୮୬ ଜାନୁଆରୀ ୧୭ରେ ଜନ୍ମଗ୍ରହଣ କରିଥିବା ନିଶିଥ ପ୍ରମାଣିକଙ୍କ ଛବି ଜଣେ ଶିକ୍ଷିତ ଯୁବ ନେତା ଭାବେ ରହି ଆସିଛି। କିନ୍ତୁ ତାଙ୍କ ଉପରେ ଅନେକ ଅପରାଧିକ ମୋକଦ୍ଦମା ମଧ୍ୟ ରହିଛି। ଦଳ କାର୍ଯ୍ୟଶୈଳୀ ପ୍ରତି ଅସନ୍ତୁଷ୍ଟ ବ୍ୟକ୍ତ କରି ପ୍ରମାଣିକ ୨୦୧୮ରେ ସେ ଟିଏମସି ସହ ସଂପର୍କ ଛିନ୍ନ କରିଥିଲେ।

ନିଶିଥଙ୍କ ସାଙ୍ଗଠନିକ ସ୍ଥିତିକୁ ଦେଖି ବିଜେପି ତାଙ୍କୁ ୨୦୧୯ ମସିହାରେ ସାଂସଦ ଟିକେଟ ଦେଇଥିଲା। ବିଜେପିରୁ ଟିକେଟ୍ ପାଇବା ପରେ ନିଶିଥ ପ୍ରମାଣିକ ନିଜକୁ ମଧ୍ୟ ସାବ୍ୟସ୍ତ କରିଥିଲେ। ତାଙ୍କୁ କୁଚବିହାର ପରି ଗୁରୁତ୍ଵପୂର୍ଣ୍ଣ ସଂସଦୀୟ କ୍ଷେତ୍ରର ଦାୟିତ୍ଵ ଦିଆଯାଇଥିଲା। ଏହି ଆସନ ଦିନ ଥିଲା ଟିଏମସିର ଗଡ଼ ଥିଲା। ମାତ୍ର ପ୍ରମାଣିକ ନିଜ ଦମରେ ୨୦୧୯ ସାଧାରଣ ନିର୍ବାଚନରେ ତୃଣମୂଳ କଂଗ୍ରେସର ଦମଦାର ପ୍ରାର୍ଥୀ ପରେଶ ଚନ୍ଦ୍ର ଅଧିକାରୀଙ୍କୁ ମାତ୍ ଦେବାରେ ସଫଳ ହୋଇଥିଲେ। ଏବେ ତାଙ୍କୁ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ସବୁଠୁ ବଡ଼କଥା ହେଲା କୁଚବିହାର ଆସନରୁ ପ୍ରଥମ ଥର କୌଣସି ସାଂସଦଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରାଯାଇଛି।

Leave A Reply

Your email address will not be published.