Odisha Link
Bridging the Missing Links in Odisha

ଅଶୋକ ଓ ଅର୍ପିତା ମିଳିବ ଅଟଳ ରତ୍ନ ପୁରସ୍କାର

ଭୁବନେଶ୍ୱର: ଜାତୀୟ ପ୍ରଶିକ୍ଷକ ଅଶୋକ ପ୍ରସାଦ ଓ ଆନ୍ତର୍ଜାତିକ ଆଥଲେଟ୍ ଅର୍ପିତା ପରିଡା ପାଇବେ ଜାତୀୟ ଅଟଳ ରତ୍ନ ପୁରସ୍କାର। ଚଳିତ ମାସ ୨୪ ତାରିଖରେ ଗୋଆର ମାଡ଼ଗାଁରେ ସରକାରୀ କୋଭିଡ୍ ନିୟମ ଅନୁଯାୟୀ ଅଶୋକ ଓ ଅର୍ପିତାଙ୍କୁ ଅଟଳ ରତ୍ନ କ୍ରୀଡା ପୁରସ୍କାର ମିଳିବ।

ଏହି ପୁରସ୍କାର ପାଇବାରେ ଅଶୋକ ଓ ଅର୍ପିତା ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ଖେଳାଳି ଓ କୋଚ୍। ଅର୍ପିତା ଚଳିତ ମାସ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ଯୁବ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇ ୧୯ ବର୍ଷରୁ କମ ବର୍ଗରେ ଡିସକସ୍ ଥ୍ରୋ’ରେ ଭାଗ ନେଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଅର୍ପିତା ଓ ଅଶୋକ ଏବେ ପାନପୋଷ କ୍ରୀଡ଼ା ସଂଗଠନର ଆଜୀବନ ସଦସ୍ୟ ଅଛନ୍ତି। ସଂଗଠନର ସବୁ ସଦସ୍ୟମାନେ ଅଶୋକ ଓ ଅର୍ପିତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଉତ୍ତୋରତ୍ୱର କାମନା କରିଛନ୍ତି।

Leave A Reply

Your email address will not be published.