Odisha Link
Bridging the Missing Links in Odisha

ରାଜଧାନୀରେ ଗୁଣ୍ଡାରାଜ, ବିଚ୍ ରାସ୍ତାରେ ୨ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଗୁଣ୍ଡାରାଜ। ଭୁବନେଶ୍ବର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକରେ ଦୁଇ ଯୁବକଙ୍କୁ ଅତି ନିର୍ମମ ଭାବେ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ମାଷ୍ଟରକ୍ୟାଣ୍ଟିନ କଦଳୀ ଗୋଦାମ ଅଞ୍ଚଳରେ ଏଭଳି ଅଘଟଣ ଘଟିଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସୂଚନା ମୁତାବକ, ମାଷ୍ଟରକ୍ୟାଣ୍ଟିନ ଛକରେ ଦୁଇ ଜଣ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି ଦୁର୍ବୃତ୍ତ। ଫଳରେ ଉଭୟ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଦୁଇ ଯୁବକଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଖବର ପାଇ ଖାରବେଳନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି।

Leave A Reply

Your email address will not be published.