Odisha Link
Bridging the Missing Links in Odisha

ଓଡ଼ିଶାରେ ଏଯାଏଁ ଆସି ନାହିଁ ତୃତୀୟ ଲହର

ଭୁବନେଶ୍ୱର: ଓଡ଼ିଶାରେ ଏଯାଏଁ ଆସି ନାହିଁ କରୋନାର ତୃତୀୟ ଲହର। ଏନେଇ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ତୃତୀୟ ଲହର କେବେ ଆସିବ ଓ ଏହାର ପ୍ରଭାବ କିଭଳି ରହିବ, ସେନେଇ ମଧ୍ୟ ବିଶେଷ ସୂଚନା ମିଳିନାହିଁ।

ତେବେ ଏବେ ରାଜ୍ୟରେ ସଂକ୍ରମଣର ଯେଉଁ ଟ୍ରେଣ୍ଡ ରହିଛି, ଏହି ଟ୍ରେଣ୍ଡ ଅନ୍ୟ ଦେଶମାନଙ୍କରେ ମଧ୍ୟ ଦେଖା ଯାଇଛି। ତେଣୁ ଏବେ ବି ମାହାମରୀ ଗାଇଡଲାଇନ୍କୁ ପାଳନ କରିବାର ଆବଶ୍ୟକତା ରହିଛି। ଚିକିତ୍ସା ପଦ୍ଧତିକୁ ଗୁରୁତ୍ୱ ଦେବାର ଆବଶ୍ୟକତ ଥିବା ଡିଏମଇଟି ସିବିକେ ମହାନ୍ତି କହିଛନ୍ତି।

ସେପଟେ, ରାଜ୍ୟରେ ବର୍ତ୍ତମାନ ତଳମୁହାଁ ରହିଛି କରୋନା ସଂକ୍ରମଣ। ଲଗାତର ଭାବେ ଦୈନିକ ସଂକ୍ରମଣ ୨ ହଜାର ତଳେ ରହିଛି। ତଥାପି ଆଗାମୀ ୨ରୁ ୩ ସପ୍ତାହ ସତର୍କ ରହିବାକୁ ପଡିବ। କୋଭିଡ ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।