Odisha Link
Bridging the Missing Links in Odisha

ସ୍ମୃତିରେ ଭାରତର ମିସାଇଲ ମ୍ୟାନ୍

ଓଏଲ ବ୍ୟୁରୋ: ନିଜର ଅଭିମାନ ଶୂନ୍ୟତା, ଦେଶପ୍ରେମ, ଉଚ୍ଚାକାଂକ୍ଷା, ନିରାଡ଼ମ୍ବର ଓ ଉତ୍ସର୍ଗୀକୃତ ଜୀବନଶୈଳୀ ହିଁ ତାଙ୍କୁ ପିପୁଲ୍ସ ପ୍ରେସିଡେଣ୍ଟର ଆଖ୍ୟା ଦେଇଛି। ବହୁ ବାଧାବିଘ୍ନ ସତ୍ତ୍ୱେ ଏକ ଦରିଦ୍ର ପରିବାରରୁ ବୈଜ୍ଞାନିକ ଏବଂ ପରେ ଭାରତର ମିସାଇଲ ମ୍ୟାନଙ୍କ ଜୀବନଯାତ୍ରା ସମସ୍ତଙ୍କୁ ଅନୁପ୍ରେରିତ କରିଥାଏ। ଆଜି ସେହି ମହାନ ଭାରତ ରତ୍ନ ବୈଜ୍ଞାନିକ ତଥା ମିସାଇଲ ମ୍ୟାନ ସ୍ୱର୍ଗତ ଏପିଜେ ଅବଦୁଲ କଲାମଙ୍କ ଶ୍ରାଦ୍ଧବାର୍ଷିକୀ।

ଭାରତର ଏକାଦଶ ରାଷ୍ଟ୍ରପତି ଅବୁଲ ପକିର ଜୈନାଲୁବ୍ଦିନ୍ ଅବଦୁଲ କଲାମ୧୯୩୧ ମସିହାରେ ତାମିଲନାଡୁର ରାମେଶ୍ୱରମ୍ ଠାରେ ଅକ୍ଟୋବର ୧୫ ତାରିଖରେ ଏକ ଗରିବ ମୁସଲିମ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ପରିବାରର ୫ ସନ୍ତାନଙ୍କ ମଧ୍ୟରେ କଲାମ ଥିଲେ ସବୁଠୁ ସାନ। ବାପା ଡଙ୍ଗା ଚଳାଇ ପରିବାର ପୋଷୁଥିଲେ। ତେଣୁ ପରିବାର ପାଇଁ ଖୁବ କମ ବୟସରୁ କଲାମ ମଧ୍ୟ ଡଙ୍ଗ ଚଳାଇବା ସହ ଖବରକଗଜ ବିକ୍ରି କରିବା କାମ କରୁଥିଲେ। ହେଲେ ଦରିଦ୍ରତା କେବେବି ତାଙ୍କ ସ୍ୱପ୍ନକୁ ସାକାର କରିବାରରେ ପ୍ରତିବନ୍ଧକ ପଥରୋଧ ସାଜି ପାରିନଥିଲା।

ରାମେଶ୍ୱରମରେ ସ୍କୁଲ ପଢା ଶେଷ ହେବା ପରେ ତିରୁଚିରାପଲିର ସେଣ୍ଟ ଜୋସେଫ୍ କଲେଜରେ ଉଚ୍ଚଶିକ୍ଷା ଶେଷ କରିଥିଲେ। ଏହାପରେ ମାଡ୍ରାସର ଇନଷ୍ଟିଚ୍ୟୁଟ୍ ଅଫ୍ ଏରୋନେଟିକାଲ ଇଞ୍ଜିନିୟରିଂରେ ପଢିଥିଲେ। ପରେ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ୍ (ଡିଆରଡିଓ)ରେ ସିନିୟର ସାଇଣ୍ଟିଫିକ୍ ଆସିଷ୍ଟାଣ୍ଟଣ୍ଟ ଭାବେ ୧୯୫୮ରେ ଯୋଗ ଦେଇଥିଲେ। ୧୯୬୯ରେ ମହାକାଶ ବିଜ୍ଞାନ ଗବେଷଣା କେନ୍ଦ୍ର ଇସ୍ରୋ ସହ ଯୋଡି ହୋଇଥିଲେ।

୧୯୯୮ ଐତିହାସିକ ପୋଖରାନ୍ ଆଣବିକ ବୋମା ପରୀକ୍ଷଣର ସେଥିଲେ ମୁଖ୍ୟ ପୁରୋଧା। ତାଙ୍କ ତତ୍ତ୍ବବଧାନରେ ନିର୍ମାଣ ହେଲା ଭାରତର ପ୍ରଥମ ମହାକାଶଯାନ SLV 3। ଏହାପରେ ଅଗ୍ନି, ତ୍ରିଶୂଳ, ପୃଥ୍ୱୀ, ବ୍ରହ୍ମୋସ୍ ପରି କ୍ଷେପଣାସ୍ତ୍ର ଦେଶକୁ ଭେଟିବା ସହ ସାଜିଲେ ଭାରତର ମିସାଇଲ ମ୍ୟାନ୍। ତାଙ୍କର ଅତୁଳନୀୟ କାର୍ଯ୍ୟ ପାଇଁ ତାଙ୍କୁ୧୯୮୧ ତାଙ୍କୁ ପଦ୍ମଭୂଷଣ ଓ ୧୯୯୦ରେ ପଦ୍ମବିଭୂଷଣ ସମ୍ମାନ ମଳିଥିବା ବେଳେ ୧୯୯୭ରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାପରେ ୨୦୦୨ରୁ ୨୦୦୭ରୁ ସେ ଭାରତର ୧୧ତମ ରାଷ୍ଟ୍ରପତି ହୋଇଥିଲେ।

ସବୋର୍ଚ୍ଚ କ୍ଷମତା ମଧ୍ୟ ତାଙ୍କ ସରଳ ଜୀବନକୁ ପ୍ରଭାବିତ କରିପାରିନଥିଲା।କାର୍ଯ୍ୟକାଳ ଶେଷ ପରେ ରାଷ୍ଟ୍ରପତି ଭବନ ଛାଡିବା ବେଳକୁ ତାଙ୍କ ସାଙ୍ଗରେ ବଡ ଟିଣ ବାକ୍ସଟେ ବ୍ୟତୀତ ଆଉ କିଛି ନଥିଲା। ଯାହା ସମସ୍ତଙ୍କୁ ତାଙ୍କ ନିରାଡ଼ମ୍ବର ଓ ଉତ୍ସର୍ଗୀକୃତ ଜୀବନଶୈଳୀକୁ ଦର୍ଶାଏ।

୨୦୧୫ ଜୁଲାଇ ୨୭ ତରିଖରେ ସିଲଂର ଆଇଆଇଏମ ଇନଷ୍ଟିଚ୍ୟୁଟ୍ରେ ଭାଷଣ ଦେଉଥିବାବେଳେ ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ କଲାମ। ଆଜି ମଧ୍ୟ ପ୍ରତ୍ୟେକଙ୍କ ହୃଦୟରେ ସେ ଚିର ଜୀବନ୍ତ ଭାରତର ମିସାଇଲ ମ୍ୟାନ୍‌ ଭାରତ ରତ୍ନ ଅବଦୁଲ କଲାମ।

Leave A Reply

Your email address will not be published.