Odisha Link
Bridging the Missing Links in Odisha

ଯୁକ୍ତ ଦୁଇ ରେଜଲ୍ଟ: ବିଜ୍ଞାନରେ ପାସ୍‌ ହାର ୯୫.୧୫ ପ୍ରତିଶତ, ବାଣିଜ୍ୟରେ ୯୪.୯୬ ପ୍ରତିଶତ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ରେଜଲ୍ଟ। ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସାମ୍ବାଦିକ ସମ୍ମିଳନୀ ଜରିଆରେ ଫଳ ଘୋଷଣା କରିଛନ୍ତି। ଚଳିତବର୍ଷ ବିଜ୍ଞାନରେ ପାସ୍‌ ହାର ୯୫.୧୫ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ୯୪.୯୩ ପ୍ରତିଶତ ପାସ୍‌ ହାର ରହିଛି। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।

ଚଳିତବର୍ଷ ବିଜ୍ଞାନରେ ମୋଟ ୮୯ ହଜାର ୯୯୧ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି। ଏଥି ମଧ୍ୟରୁ ୫୦୧୯୮ ଜଣ ଛାତ୍ର ରହିଥିବାବେଳେ ୩୯୭୫୩ ଜଣ ଛାତ୍ରୀ ରହିଛନ୍ତି। ସେହିପରି ସମୁଦାୟ ୫୫୪୬୮ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅନ୍ୟପଟେ ବାଣିଜ୍ୟରେ ସମୁଦାୟ ୨୩ ହଜାର ୨୯୨ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି।

ଛାତ୍ରଛାତ୍ରୀ chseodisha.nic.in ଏବଂ orissaresults.nicରେ ରେଜଲ୍ଟ ଦେଖିପାରିବେ। କରୋନା ପାଇଁ ଚଳିତବର୍ଷ ପରୀକ୍ଷା ହୋଇନଥିବା ବେଳେ ପୂର୍ବ ପରୀକ୍ଷା ଆଧାରରେ ପରୀକ୍ଷା ଫଳ ଘୋଷଣା କରାଯାଇଛି। ସେପଟେ ପରୀକ୍ଷା ଫଳରେ ସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ଅଫଲାଇନରେ ପରୀକ୍ଷା ଦେଇପାରିବେ।

Leave A Reply

Your email address will not be published.