Odisha Link
Bridging the Missing Links in Odisha

କୋଟିପତି ସରକାରୀ ବାବୁ ଗିରଫ

ବରଗଡ: ବରଗଡ଼ ଗାଈସିଲେଟ ବ୍ଲକ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରାଟାରୀ ଘନଶ୍ୟାମ ସାହୁ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ। ଗତକାଲି ଭିଜିଲାନ୍ସ ଏକକାଳୀନ ବ୍ଲକ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରାଟାରୀଙ୍କ ଅଫିସ ଓ ବାସଭବନରେ ଚଢାଉ କରଇଥିଲା।

ଘନଶ୍ୟାମ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ୧ କୋଟି ୭ ଲକ୍ଷ ୩୯ ହଜାର ୨୨୫ ଟଙ୍କାର ସମ୍ପତି ଠାବ ହୋଇଛି ଏହା ମଧ୍ୟରେ ୬୨ ଲକ୍ଷ ୪୦ ହଜାର ୩୩୭ ଟଙ୍କା ମୂଲ୍ୟର ଗୋଟିଏ ଦୁଇ ମହଲା ଘର ଓ ତିନିଟି ପ୍ଲଟ ରହିଛି। ଏଥିସହ ୫ ଲକ୍ଷ ୭୫ ହଜାର ୨୪ ଟଙ୍କା ମୂଲ୍ୟର ଇଲେକ୍ଟ୍ରୋନିକ୍ସ, ଆସବାବପତ୍ର, ସୁନା ଓ ରୂପା ଗହଣା ରହିଛି।

୧୯ ଲକ୍ଷ ୬୨ ହଜାର ୬୦୫ ଟଙ୍କା ମୂଲ୍ୟର ସ୍କର୍ପିଓ, ଟ୍ରାକ୍ଟର ଓ ଦୁଇଟି ମୋଟର ସାଇକେଲ ଜବତ କରାଯାଇଛି। ବିଭିନ୍ନ ବ୍ୟାଙ୍କରେ ୭ ଲକ୍ଷ ୧୭ ହଜାର ୮୯୦ ଟଙ୍କାର ଜମା ରାଶି, ୧ ଲକ୍ଷ ୬୩ ହଜାର ୩୬୯ ନଗଦ ଟଙ୍କା ସହ ୧୦ ଲକ୍ଷ ୭୪ ହଜାର ଟଙ୍କାର ବିମା କାଗଜପତ୍ର ଠାବ ହୋଇଛି।

Leave A Reply

Your email address will not be published.