Odisha Link
Bridging the Missing Links in Odisha

ବିଜେଡିରେ ଯୋଗଦେବା ନେଇ ପ୍ରତିକ୍ରିୟା ରଖିଲେ ପ୍ରଦୀପ, କହିଲେ…

ଭୁବନେଶ୍ବର: ପିସିସି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସ ଛାଡି ବିଜେଡିରେ ଯୋଗଦେବା ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ମାଝୀ। ସେ ଏଭଳି ପ୍ରଚାରକୁ ଖଣ୍ଡନ କରିଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏସବୁ ଗୁଜବ ପ୍ରଚାର କରାଯାଉଥିବା ବୋଲି ସେ କହିଛନ୍ତି।

ପ୍ରଦୀପ ମାଝୀ କହିଛନ୍ତି, ସେ ହାତ ଛାଡିବାର ପ୍ରଶ୍ନ ଉଠୁନି। ସେ କଂଗ୍ରେସ ପାଇଁ କାମ କରୁଛନ୍ତି। ପଞ୍ଚାୟତ ନିର୍ବାଚନ ପାଇଁ କଳ ବଳ କୌଶଳ ଲଗାଇଛନ୍ତି। ୨୦୦୯-୨୦୧୪ ଯାଏଁ ସେ ନବରଙ୍ଗପୁରରର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। କଂଗ୍ରେସର ଜଣେ ଯୁବ ନେତା ଭାବେ ବେଶ ପରିଚିତ ପ୍ରଦୀପ।

ପ୍ରଦୀପ ମାଝୀ ଅନ୍ୟଦଳରେ ମିଶିବା ନେଇ ଖବର ଆସୁଥିବା କହୁଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ। ଏନେଇ ବ୍ୟକ୍ତିଗତ ଭାବେ ପ୍ରଦୀପଙ୍କ ସହ ଆଲୋଚନା କରିବେ ବୋଲି ସୁର କହିଛନ୍ତି। କଂଗ୍ରେସ ଦଳ ଏକ ହିମାଳୟ , କିଏ ଦଳ ଛାଡିଲେ କି ଦଳକୁ ପ୍ରବେଶ କଲେ ଦଳ ଉପରେ କିଛି ପ୍ରଭାବ ପଡିବନାହିଁ ବୋଲି ସେ କହିଛନ୍ତି।