Odisha Link
Bridging the Missing Links in Odisha

ଆଫଗାନିସ୍ତାନରେ ଭାରତୀୟଙ୍କ ସୁରକ୍ଷା ନେଇ ନିର୍ଦ୍ଦେଶନାମା ଜାରି

ଆଫଗାନିସ୍ତାନ: ଆଫଗାନିସ୍ତାନର ଗୋଟିଏ ପରେ ଗୋଟିଏ ସହରକୁ ତାଲିବାନ ଏବେ ଦଖଲ କରିବାରେ ଲାଗିଛି। ବର୍ତ୍ତମାନ ଆଫଗାନିସ୍ତାନର ସ୍ଥତି ଏବେ ଗମ୍ଭୀର ରହିଛି ଏହାକୁ ନଜରରେ ରଖି ଭାରତ ତରଫରୁ ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇ ସେଠାରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ବ୍ୟବସ୍ଥାକୁ ପୁରା ଧ୍ୟାନ ଦେବାକୁ ପରାମର୍ଶ ଦେଇଛି ।

ନୂଆ ସୁରକ୍ଷା ନିର୍ଦ୍ଦେଶାନାମାରେ ଭାରତ ଆଫଗାନିସ୍ତାନର ଏକ ଡ୍ୟାମ ସାଇଟରେ ଫଶି ରହିଥିବା ୩ ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବାକୁ ପରାମର୍ଶ ଦେଇଛି। ଭାରତ ସ୍ପଷ୍ଟ କରିଛି କି ଏପର୍ଯ୍ୟନ୍ତ ଅନେକ ଭାରତ ସରକାରଙ୍କ ପରାମର୍ଶକୁ ଗମ୍ଭୀରତାର ସହ ନେଉ ନାହାଁନ୍ତି। ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଭାରତରୁ ଆଫଗାନିସ୍ତାନ ଯାଉଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ରିପୋର୍ଟ ମୁତାବକ ତାଲିବାନର ଆକ୍ରମଣରୁ ରକ୍ଷା ପାଇବାକୁ ଆଫଗାନିସ୍ତାନ ସରକାର କ୍ଷମତା ବୁଝାମଣା କରିବାକୁ ତାଲିବାନୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଯଦି ଏହା ସତ୍ୟ ହୋଇଥାଏ ତେବେ ଅସରଫ ଗନି ସରକାରଙ୍କ ଏହା ଏକ ବଡ ପଦକ୍ଷେପ। ଏହାସହ ଆଫଗାନିସ୍ତାନରେ ଶାନ୍ତି ଫେରାଇ ଆଣିବାକୁ ଆଜି ଦୋହା ଠାରେ ରିଜିଓନାଲ କନଫ୍ରେନ୍ସ ବୈଠକ ଅନୁଷ୍ଠିତ ହୋଇଛି। ଯେଉଁ ବୈଠକରେ ଭାରତ ଭାଗ ନେଇଥିଲା।

Leave A Reply

Your email address will not be published.