Odisha Link
Bridging the Missing Links in Odisha

ସେପ୍ଟେମ୍ବର ୬ରୁ ଆରମ୍ଭ ହେବ OJEE ପରୀକ୍ଷା

ଭୁବନେଶ୍ବର: ଆସନ୍ତା ମାସ ସେପ୍ଟେମ୍ବର ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି OJEE ପରୀକ୍ଷା। ପରୀକ୍ଷା ୬ ତାରିଖରୁ ଆରମ୍ଭ ହୋଇ ଏହା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଦୈନିକ ୩ଟି ସିଫ୍ଟରେ CBT ମୋଡରେ ପରୀକ୍ଷା କରାଯିବ। ପରୀକ୍ଷା ନେଇ OJEE ଅଧ୍ୟକ୍ଷ ସୁଦୀପ ଚାନ୍ଦ ସୂଚନା ଦେଇଛନ୍ତି।

କୋଭିଡ୍ ଗାଇଡଲାଇନ୍‌ କଡାକଡି ପାଳନ କରାଯାଇ ପରୀକ୍ଷା କରାଯିବ । ପରୀକ୍ଷା କେନ୍ଦ୍ରକୁ ଆସିଥିବା  ଛାତ୍ରଛାତ୍ରୀଙ୍କ ଉପରେ ବିଶେଷ ଧ୍ୟାନ ରଖାଯିବ। ମାସ୍କ, ସାନିଟାଇଜ ଏବଂ ସାମାଜିତ ଦୂରତା ଉପରେ ଗୁରୁତ୍ବ ଦିଆଯିବା ସହ ପରୀକ୍ଷା କେନ୍ଦ୍ରକୁ ପୂର୍ବରୁ ସାନିଟାଇଜ୍‌ କରାଯିବ।

Leave A Reply

Your email address will not be published.