Odisha Link
Bridging the Missing Links in Odisha

ଆମ୍ୱୁଲାନ୍ସ ଓ ଟ୍ୟାଙ୍କର ମୁହାଁମୁହିଁ, ୪ ମୃତ

ଗୁଣୁପୁର: ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅମ୍ବାଦଳା ଥାନା ମଞ୍ଜୁରିକୁପା ନିକଟ ମୁଖ୍ୟରାସ୍ତା ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଆମ୍ବୁଲାନ୍ସ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମୃତକ ୪ ଜଣ ବଲାଙ୍ଗୀର ଜିଲ୍ଲାର ମୃତକଙ୍କ ମଧ୍ୟରେ ଜଣେ ମହିଳା ତିନି ପୁରୁଷ ରହିଛନ୍ତି। ସମସ୍ତେ ବିଷମକଟକ ଖ୍ରୀଷ୍ଟିୟାନ ହସ୍ପିଟାଲରେ ଚିକିତ୍ସିତ ହୋଇ ନିଜ ଘରକୁ ଫେରୁଥିଲେ। ଟ୍ୟାଙ୍କରଟି ଝାରସୁଗୁଡାରୁ ଟିକିରି ଅଭିମୁଖେ ଆସୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ମୁନିଗୁଡା ଏସଡିପିଓ ଓ ଅମ୍ବାଦଳା ପୋଲିସ୍ ପହଞ୍ଚି ତଦନ୍ତ କରୁଛି।

Leave A Reply

Your email address will not be published.