Odisha Link
Bridging the Missing Links in Odisha

ଟିଏମସି ନେତାଙ୍କୁ ରାସ୍ତାରେ ଗୁଳି କରି ହତ୍ୟା

କୋଲକାତା: ଟିଏମସି ନେତାଙ୍କୁ ବିଚ ରାସ୍ତାରେ ଗୁଳି କରି ହତ୍ୟା। ପଶ୍ଚିମବଙ୍ଗରେ ଟିଏମସି ଓ ବିଜେପି ମଧ୍ୟରେ ବିବାଦ ଚାଲିଥିବା ଟିଏମସି ନେତା। ଉତ୍ତର ୨୪ ପାରଗନା ଜିଲ୍ଲାରେ ଶାସକ ଦଳର ଜଣେ ନେତାଙ୍କୁ ହତ୍ୟା କରାଯାଇଛି। ହତ୍ୟା ପଛରେ ବିରୋଧୀ ବିଜେପି ବୋଲି ଅଭିଯୋଗ ହୋଇଛି। ପୁଲିସ ଏହି ମାମଲାରେ ୫ ଜଣଙ୍କୁ ଗିରଫ କରିଛି।

ଟିଏମସି ଯୁବ ହିନ୍ଦୀ ସେଲର ସଭାପତି ଶ୍ରୀବାସ୍ତବ। ଆଜି ଟିଟାଗଡ଼ଠାରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୁଲିସ ଅଧିକାରୀ କୁମତାବକ, କିଛି ଅଜ୍ଞାତ ବ୍ୟକ୍ତି ପ୍ରଥମେ ଶ୍ରୀବାସ୍ତବଙ୍କ କାରକୁ ଅଟକାଇଥିଲେ। ଏହାପରେ ତାଙ୍କ ଉପରକୁ ବୋମା ଫିଙ୍ଗିଥିଲେ। ପ୍ରାଣ ଭୟରେ ଏହି ଟିଏମସି ନେତା କାରରୁ ବାହାରି ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ। ସେ ଦୌଡୁଥିବା ବେଳେ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଏହାପରେ ଶ୍ରୀବାସ୍ତବଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିଲା ଏବଂ ସେଠାରୁ କୋଲକାତାର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିବା ବେଳେ ମଝି ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଉତ୍ତର ୨୪ ପାରଗନାର ଟିଏମସି ସଭାପତି ଜ୍ୟୋତିପ୍ରିଓ ମଲ୍ଲିକ ଅଭିଯୋଗ କରିଛନ୍ତି ଯେ, ଏହି ଅଞ୍ଚଳରେ ଶାସକ ଦଳର କର୍ମୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାକୁ ବିରୋଧୀ ବିଜେପି ଚାହୁଁଛି। ତେଣୁ ଏହି ହତ୍ୟା ପଛରେ ବିଜେପି ହିଁ ଷଡଯନ୍ତ୍ରକାରୀ ବୋଲି ସେ କହିଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ଶ୍ରୀବାସ୍ତବ ବିଜେପି ଛାଡି ଟିଏମସିରେ ସାମିଲ ଦେଇଥିବାରୁ ରାଗ ରଖି ବିଜେପି ଏହି ହତ୍ୟାକାଣ୍ଡ ଭିଆଇଛି ବୋଲି ସେ କହିଛନ୍ତି।

ତେବେ ଟିଏମସିର ଅଭିଯୋଗକୁ ବିଜେପି ପ୍ରତ୍ୟାଖ୍ୟାନ କରିଛି। ବାରକପୁରର ବିଜେପି ସାଂସଦ ଅର୍ଜୁନ ସିଂ ଦାବି କରିଛନ୍ତି ଯେ, ଶ୍ରୀବାସ୍ତବ କେବେ ବି ବିଜେପିର ସଦସ୍ୟ ନୁହନ୍ତି। ସେ ଦାବି କରିଛନ୍ତି ଯେ, ଏହି ମାମଲାରେ ଗିରଫ ହୋଇଥିବା ୫ ଜଣ ହେଉଛନ୍ତି ଟିଏମସି ସଦସ୍ୟ। ବଟି ଆଦାୟକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ଗିରଫ ଅଭିଯୁକ୍ତ ଟିଏମସି ବିଧାୟକ ତଥା ମୁଖ୍ୟ ସଚେତକ ନିର୍ମଳ ଘୋଷଙ୍କ ନିକଟତମ ବ୍ୟକ୍ତି।

Leave A Reply

Your email address will not be published.