Odisha Link
Bridging the Missing Links in Odisha

“କାର୍, ହେଲିକପ୍ଟର ଓ ପ୍ରଚୁର ଟଙ୍କା ନେଇଛନ୍ତି ଆଫଗାନିସ୍ଥାନ ରାଷ୍ଟ୍ରପତି”

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ପୁଣିଥରେ ଆରମ୍ଭ ହୋଇଛି ତାଲିବାନ୍‌ ଶାସନ। କାରଣ ୨୦ ବର୍ଷ ପରେ ଆଫଗାନିସ୍ତାନକୁ ନିଜ କବଜାକୁ ନେଇଛି ତାଲିବାନ୍। ଅନ୍ୟପଟେ ଦେଶର ଜନତାଙ୍କୁ ଛାଡ଼ି ଦେଶ ଛାଡ଼ି ପଳାଇଛନ୍ତି ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ୍‌ ଗନିଙ୍କ ସମେତ ବହୁ ମନ୍ତ୍ରୀ। ଦେଶରେ ହାହାକାର ସ୍ଥିତି ଥିବାବେଳେ ଅଶରଫ୍‌ ସାଙ୍ଗରେ ପୁଳା ପୁଳା ଟଙ୍କା ଓ ଗୋଟିଏ ହେଲିକପ୍ଟର ନେଇ ଦେଶ ଛାଡ଼ି ପଳାଇଛନ୍ତି। ଏପରିକି ଦେଶ ଛାଡ଼ିଲା ବେଳେ ଗନି ୪ଟି କାର୍‌ରେ ଫୁଲ୍ କରି ଆଫଗାନି ଟଙ୍କା ନେଇଯାଇଥିଲେ। ସାଙ୍ଗରେ ଗୋଟେ ହେଲିକପ୍ଟର ବି ନେଇଯାଇଥିଲେ। ନ୍ୟୁଜ୍ ଏଜେନ୍ସି ରୟଟର୍ସ ଏହି ଖବର ପ୍ରକାଶ କରିଛି।

କାବୁଲରେ ଋଷ ଦୂତବାସର ପ୍ରବକ୍ତା ନିକିତା ଇଶଚେନ୍କୋ କହିଛନ୍ତିଯେ, ଗନି ୪ଟି କାର୍‌ରେ ବିପୁଳ ଟଙ୍କା ଫୁଲ କରି ନେଇଛନ୍ତି। ଏଥିସହିତ କିଛି ଟଙ୍କା ହେଲିକପ୍ଟରରେ ମଧ୍ୟ ନେଇଥିବା କହିଛନ୍ତି। କେବଳ ସେତିକି ନୁହେଁ ସେ ଆହୁରି କହିଛନ୍ତି ସମ୍ପୂର୍ଣ୍ଣ ଟଙ୍କା ନେଇପାରି ନଥିଲେ। ଫଳରେ ତାଙ୍କୁ କିଛି ଟଙ୍କା ଛାଡ଼ିଯିବାକୁ ପଡ଼ିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଏହି ଖବର ମିଳିଛି ବୋଲି ନିକିତା କହିଛନ୍ତି।

ସୂଚନାଯୋଗ୍ୟ, ଅଶରଫ୍‌ ଗନୀ ଦେଶ ଛାଡ଼ିବା ପରେ ସୋସିଆଲ ମିଡିଆରେ କହିଛନ୍ତି ଯେ, ଆଜି ମୋ ସାମ୍ନାରେ କଠିନ ସମୟ । ଯାହାପାଇଁ କଠିନ ନିଷ୍ପତ୍ତି ନେବାକୁ ପଡ଼ିଲା। ତାଲିବାନ୍‌ ସାମ୍ନାରେ ଠିଆ ହୋଇ ରହିବା ଉଚିତ୍‌। ମୁଁ ବିଗତ ୨୦ ବର୍ଷ ଧରି ଦେଶର ନାଗରିକଙ୍କ ଜୀବନ ବଞ୍ଚାଇବାକୁ ନୀଜ ଜୀବନକୁ ଉତ୍ସର୍ଗୀକୃତ କରିଛି। ଯଦି ମୁଁ ଦେଶ ଛାଡ଼ି ନଥାନ୍ତି ତେବେ ପରିଣତି ଆହୁରି ଭୟଙ୍କର ହୋଇଥାନ୍ତା। ତାଲିବାନ୍‌ ମୋତେ ପଦରୁ ହଟାଇଛି ବୋଲି ଆଶରଫ୍‌ ଗନୀ କହିଛନ୍ତି।

Leave A Reply

Your email address will not be published.