Odisha Link
Bridging the Missing Links in Odisha

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବିଧାୟକ ସଞ୍ଜୀବ ମଲ୍ଲୀକ

ଭୁବନେଶ୍ୱର: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ବିଧାୟକ। ବିଧାୟକ ସଞ୍ଜୀବ ମଲ୍ଲୀକଙ୍କ କାରକୁ ଏକ ଟ୍ରକ୍ ଧକ୍କା ଦେଇଥିବା ଜଣାପଡିଛି। ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଜାରକା ପାଖରେ ଦୁର୍ଘଟଣା ଘଟିଛି।

ସୌଭାଗ୍ୟବଶତଃ ଦୁର୍ଘଟଣାରୁ ବିଧାୟକ ଓ ତାଙ୍କ ସହଯୋଗୀ ସହ ଡ୍ରାଇଭର ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। କିନ୍ତୁ ବିଧାୟକଙ୍କ କାରଟି ଭାଙ୍ଗି ଚୁରମାନ ହୋଇଯାଇଛି। ଅନ୍ୟପଟେ ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଟ୍ରକଟି ଚମ୍ପଟ ମାରିଛି।

Leave A Reply

Your email address will not be published.